34.1 C
Bhubaneswar
Friday, March 29, 2024
Homeଓଡିଶାନୂଆବର୍ଷ ପାଇଁ ଆସିଲେ ଦେହଜୀବୀ, ବିଦେଶିନୀଙ୍କ ଡିମାଣ୍ଡ ଅଧିକ

ନୂଆବର୍ଷ ପାଇଁ ଆସିଲେ ଦେହଜୀବୀ, ବିଦେଶିନୀଙ୍କ ଡିମାଣ୍ଡ ଅଧିକ

ଭୁବନେଶ୍ୱର: ଆଉ କେଉଟା ଦିନ ପରେ ପାଳନ ନୂଆବର୍ଷ । ଏବେଠାରୁ ରାଜଧାନୀ ଭୁବନେଶ୍ୱର ଉତ୍ସବମୁଖର । କେଉଁଠି ଆଲୋକସଜ୍ଜାରେ ତ ଆଉ କେଉଁଠି ନାଚଗୀତ ପାଇଁ ଷ୍ଟେଜ ବନ୍ଧା । ଏହାକୁ ଆଖିଆଗରେ ରଖି ତାରକା ହୋଟେଲଠାରୁ ଆମ୍ଭ କରି ସ୍ପା ସେଂଟରଗୁଡ଼ିକ ମଧ୍ୟ ଚଳଚଂଚଳ ହୋଇଉଠିଲାଣି । ଏଥରର ନୂଆବର୍ଷର ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ବିଦେଶୀ ଯୁବତୀ । ଏମାନଙ୍କର ଦାମ ବୋହୁତ ଅଧିକ । ସେଥିପାଇଁ ଦଲାଲମାନଙ୍କ ମାଧ୍ୟମରେ ଏହି ବ୍ୟବସାୟରେ ଲିପ୍ତ ବ୍ୟକ୍ତିମାନେ ବିଭିନ୍ନ ଦେଶରୁ ଶତାଧିକ ଯୁବତୀମାନଙ୍କୁ ଆଣିସାରିଲେଣି । ଏମାନଙ୍କ ଭିତରେ ବଙ୍ଗୀୟ ଯୁବତୀମାନଙ୍କ ସଂଖ୍ୟା ଅଧିକ ବୋଲି ଜଣାପଡ଼ିଛି ।
ଏସବୁକୁ ନଜର ରଖି ଯୁବତୀ ଚାଲାଣକାରୀ ଦଲାଲ ମଧ୍ୟ ସକ୍ରୀୟ ହୋଇଉଠିଛନ୍ତି । ଏବେ ରାଜଧାନୀରେ ଲୁଚାଛପାରେ ପାଖାପଖି ୩୦ଟି ସେକ୍ସ ର‌୍ୟାକେଟ୍ କାମ କରୁଛି । ଏହି ର‌୍ୟାକେଟ୍ରେ ବିଦେଶୀ ଓ ବଙ୍ଗୀୟ ଯୁବତୀ ମଧ୍ୟ ଅଛନ୍ତି । ନୂଆବର୍ଷରେ ଭଲ ବେପାର କରିବାକୁ ଲକ୍ଷ୍ୟ ରଖି ଦେହ ଦଲାଲ ସମସ୍ତେ ରାଜଧାନୀ ଉପକଣ୍ଠ ଅଂଚଳରେ ଘରଭଡ଼ା ନେଇ ସେଠାରେ ରୂପଜୀବୀମାନଙ୍କୁ ରଖିଛନ୍ତି । ପୁଲିସ ଏହି ତଥ୍ୟ ପାଇବା ପରେ ସେକ୍ସ ର‌୍ୟାକେଟ୍ ଚାଲୁଥିବା ଘରଗୁଡ଼ିକର ତାଲିକା ପ୍ରସ୍ତୁତ କରିଛି । ଖୁବଶୀଘ୍ର ସେଗୁଡ଼ିକ ଉପରେ ଚଢ଼ଉ କରାଯିବ ବୋଲି ଜଣାପଡ଼ିଛି ।
ଚଳିତ ବର୍ଷ କ୍ୟାପିଟାଲ ଥାନା ଅଧୀନ ବାପୁଜୀନଗର ଏଚ-୨ଟୁ ଓ ସ୍ପାରୁ ୭ ଥାଇ ଯୁବତୀ, ଗତବର୍ଷ କାରବେଳନଗର ଅଧୀନ ଏକ ମାର୍କେଟ କମ୍ପେ୍ଲକ୍ସରୁ ୪ ଥାଇ ଯୁବତୀ ଓ ଚନ୍ଦ୍ରଶେଖରପୁର ଥାନା ଅଧୀନ ଶ୍ରୀବିହାର ସିକ୍ସଥ ଆଭିନ୍ୟୁ ଆପାର୍ଟମେଂଟରୁ ଜଣେ ବିଦେଶୀ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା ।
ବିଶେଷ ସୂତ୍ରରୁ ଜଣାପଡ଼ିଛି ବଙ୍ଗୀୟ ଯୁବତୀମାନେ ଏବେ ଭୁବନେଶ୍ୱର ମୁହାଁ । ରାଜଧାନୀରୁ ବିଦେଶୀ ଯୁବତୀ ଉଦ୍ଧାର ହେବା ନୂଆ କଥା ନୁହେଁ । ନୂଆବର୍ଷକୁ ଦୃଷ୍ଟିରେ ରଖି ଦଲାଲମାନେ ଦେହ ବେପାରରୁ ବଡ଼ ଅଙ୍କର ଅର୍ଥ ରୋଜଗାର କରିବାକୁ ନଜର ରଖିଛନ୍ତି । ଦଲାଲମାନେ ସବୁଠାରୁ ବେଶୀ ରୋଜଗାର କରିଥାନ୍ତି ବିଦେଶୀ ଯୁବତୀ ଓ ବଙ୍ଗୀୟ ଯୁବତୀଙ୍କୁ ଏହି କାର୍ଯ୍ୟରେ ଲଗାଇ । ଭଲ ବେପାର କରିବା ଆଶାରେ ଦଲାଲମାନେ ବିଭିନ୍ନ ପ୍ରକାର ଆପ୍କୁ ମଧ୍ୟ ବ୍ୟବହାର କରିଥାନ୍ତି । ଦଲାଲମାନେ ମଧ୍ୟ ନିଜର କମିଶନ ଭିତିରେ ଗ୍ରାହକ ଠିକ କରିବା ପାଇଁ ନିଯୁକ୍ତି ହୋଇଛନ୍ତି । ଦଲାଲମାନେ ଘରଭଡ଼ା ନେଇ ସେଠାରେ ଯୁବତୀମାନଙ୍କୁ ରଖୁଛନ୍ତି । ଟେଲିଫୋନ, ହ୍ୱାଟସଅପ୍ ମାଧ୍ୟମରେ ଯୋଗାଯୋଗ କରାଯାଉଛି । ଭୁବନେଶ୍ୱର ଉପକଣ୍ଠର ବିଭିନ୍ନ ସ୍ଥାନରେ ଘରଭଡ଼ା ନିଆଯାଇ ଏହି ବେପାର ନୂଆବର୍ଷ ପାଇଁ ଅଧିକ କରିବା ପାଇଁ ଦଲାଲ ସକ୍ରୀୟ ହୋଇଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking