29.1 C
Bhubaneswar
Saturday, April 27, 2024
Homeଓଡିଶାଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଓଳାଭର : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଦେଉଳତାର ପଞ୍ଚାୟତ ଅନ୍ତର୍ଗତ ମୁରାଦପୁର ଗାଁ’ ୧୧ନଂ ୱାର୍ଡର ଜନକର ମଲ୍ଲିକ (୪୫)ଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି ।
ସୂଚନା ଅନୁଯାୟୀ, ତିନିବର୍ଷ ତଳେ କାମ କରୁଥିବା ବେଳେ ହଠାତ୍ ଜନକର ବେହୋସ ହୋଇଯିବା ପ୍ରଥମେ ଏକମାସ କଟକ ବଡ଼ମେଡିକାଲରେ ଚିକିତ୍ସିତ ହୋଇଥିଲେ । ତେବେ ଅବସ୍ଥା ନସୁଧୁରିବାରୁ ତା’ର ଛଅମାସ ପରେ ଛାତିରେ ଏକ ମେସିନ ଲଗାଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଦିନ ମଜୁରିଆ ଜନକର ଧାର କରଜ କରି ଛାତିରେ ମେସିନ୍ ଲଗାଇଥିଲେ । ହେଲେ କରୋନା ଲକଡାଉନ ବେଳେ ହଠାତ୍ ମେସିନ୍ ଲାଗିଥିବା ଛାତିର ଉପର ପଟୁ ଧାର ଧାର ତରଳ ପଦାର୍ଥ ବାହାରିବା ସହ ଯନ୍ତ୍ରଣା ହୋଇଥିଲା । ଘରେ ଗଚ୍ଛିତ ଥିବା ଧାନ ଓ ବିରି ବିକ୍ରି କରି ତିନି ହଜାର ଟଙ୍କା ଧରି ଜନକର କଟକ ବଡ଼ମେଡିକାଲ ଯାଇ ଏକ ମାସ କାଳ ଚିକିତ୍ସିତ ହୋଇଥିଲେ । ମେସିନ ଲାଗିଥିବା ସ୍ଥାନରେ ସେପଟିକ ହୋଇଯାଇଥିବାବେଳେ ଏହାର ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବା ଜାଣିପାରି ଜନକର ଘରକୁ ଫେରିଆସିଥିଲେ । ଘରେ ଚାଉଳ ମୁଠେ ନଥିବାବେଳେ ଚିକିତ୍ସା ନିମନ୍ତେ କୁଆଡୁ ପଇସା ଆସିବ ସେ ଚିନ୍ତାରେ ଜନକରଙ୍କ ସମେତ ତାଙ୍କ ପତ୍ନୀ ଜ୍ୟେର୍ତିମୟୀ ମଲ୍ଲିକ ଭାଙ୍ଗିପଡିଛନ୍ତି । ଜନକର ପରିବାରର ଏକମାତ୍ର ରୋଜଗାରକ୍ଷମ । ଚାଳଛପର ଘରଟିକୁ ଛାଇବାକୁ ପାଖରେ ପଇସା ନାହିଁ । ଯାହା ଜୁଆଡ଼େ ଥିଲା ସବୁ ଚିକିତ୍ସାରେ ଶେଷ ହୋଇଯାଇଥିବାବେଳେ ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କର ଚିକିତ୍ସା ନିମନ୍ତେ ସହାୟତା ପ୍ରଦାନ କରିବାକୁ ଚାହୁଁଥାନ୍ତି ତେବେ ୮୧୧୭୦୪୯୧୦୭ରେ ଯୋଗାଯୋଗ କରିବାକୁ ପରିବାର ଲୋକ ନିବେଦନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking