34.1 C
Bhubaneswar
Friday, March 29, 2024
Homeଓଡିଶାଉଚ୍ଚ ନ୍ୟାୟାଳୟର ଶେଷ ନିର୍ଦେଶ ନ ଆସିବା ପର୍ଯ୍ୟନ୍ତ କୈlଣସି ଫି ପୈଠ ନ କରିବାକୁ...

ଉଚ୍ଚ ନ୍ୟାୟାଳୟର ଶେଷ ନିର୍ଦେଶ ନ ଆସିବା ପର୍ଯ୍ୟନ୍ତ କୈlଣସି ଫି ପୈଠ ନ କରିବାକୁ ଅଭିଭାବକ ମାନଙ୍କୁ ଅନୁରୋଧ କଲା ଓଡିଶା ଅଭିଭାବକ ମହାସଂଘ  

ଭୁବନେଶ୍ୱର- ଓଡିଶା ଅଭିଭାବକ ମହାସଂଘ ତରଫରୁ ବେସରକାରୀ ସ୍କୁଲ ମାନଙ୍କ ଫି ଆଦାୟ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜୟଦେବ ଭବନ ସମ୍ମୁଖରେ କରାଯାଇଥିଲା l ରାଜ୍ୟ ସରକାର ଆସନ୍ତା ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ସବୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ବନ୍ଦ ରଖିବା ପାଈଁ ନିଷ୍ପତି ନେଇ ଥିବାରୁ ଏହାକୁ ଓଡିଶା ଅଭିଭାବକ ମହାସଂଘ ସ୍ୱାଗତ କରିବା ସହ ସେ ପର୍ଯ୍ୟନ୍ତ କୈlଣସି ଫି ଆଦାୟ ଉପରେ ଲଗାମ ଲଗା ଯିବାକୁ ରାଜ୍ୟ ସରକାର ନିଜ ଆଡୁ ଅଙ୍କୁଶ ଲଗେଇବାକୁ ଅନୁରୋଧ କରିଛନ୍ତି l ଯେହେତୁ ସବୁ ସ୍କୁଲ ଓ କଲେଜ ବନ୍ଦ ରହିବା ତେଣୁ ସବୁ ଫି କୁ ବାତିଲ କରିବା କଥା l ‘ନୋ ସ୍କୁଲ, ନୋ ଫି’ ଧାରା ଏହି ସମୟରେ ଲାଗୁ ହେବେ କଥା, ତାହା ନକରି ଅଭିଭାବକ ମାନଙ୍କୁ ଏପରି ଯନ୍ତ୍ରଣା ଦେଇ ଥିବାରୁ ଏହାକୁ ବିରୋଧ କରୁଛି ଓଡିଶା ଅଭିଭାବକ ମହାସଂଘ l
ଏହି ଫି ମାମଲା ମାନ୍ୟଵର ହାଇ କୋର୍ଟ ଙ୍କ ବିଚାରାଧୀନ ଥିବା ବେଳେ, ଫି ନଦେଲେ ଅନ ଲାଇନ ପାଠ ପଢା ବନ୍ଦ କରିପାରିବେ ନାହିଁ, ଏପରି ସ୍ପଷ୍ଟ ମଧ୍ୟମିତ ନିର୍ଦେଶ ଥିବା ସତ୍ୱେ ସ୍କୁଲ ମାନେ ବାରମ୍ବାର ଅଭିଭାବକ ମାନଙ୍କୁ ଫି ମାଗିବା ସହ ଧମକାଇବା ଅଭିଯୋଗ ମହାସଂଘକୁ ଆସୁଅଛି l ଏହା ମାନ୍ୟଵର ଉଚ୍ଚ କୋର୍ଟଙ୍କର ଅବମାନନା l
ଅଭିଭାବକ ମହାସଂଘ ତାର ଆଭିମୁଖ୍ୟ ପ୍ରକାଶ କରିଵା ସହ,  କୈlଣସି ଫି ଏବେ ଠାରୁ ନ ଦେବା ପାଇଁ ସବୁ ଅଭିଭାବକ ମାନଙ୍କୁ ଅନୁରୋଧ କରିଛି l ଜୁଲାଇ 31 ପର୍ଯ୍ୟନ୍ତ ଛୁଟି ଥିବାରୁ ଆମେ ଫି ନ ଦେଇ କୋର୍ଟ ଙ୍କ ନିର୍ଦେଶ କୁ ଅପେକ୍ଷା କରିବାକୁ ପଡିବ l ଫି ଦାଖଲ ନକରି ଆମ ଅନୁରୋଧକୁ ପାଳନ କରି ସବୁ ଅଭିଭାବକମାନେ ମୁହିଁତୋଡ ଜବାବ ବେସରକାରୀ ବିଦ୍ୟାଳୟମାନଙ୍କୁ ଦେବାପାଇଁ ଓଡିଶା ଅଭିଭାବକ ମହାସଂଘ ର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଅନୁରୋଧ କରିଛନ୍ତି l ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ସହ ଅଧକ୍ଷ୍ୟ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟ୍ଟନାୟକ, ରଶ୍ମିରଞ୍ଜନ କାନୁନଗୋ, ସତ୍ୟବ୍ରତ ପରିଜା, ସ୍ୱପନେନ୍ଦୁ ସାମନ୍ତରାୟ, ଭୁବନେଶ୍ୱର  ଆବାହକ ଶଙ୍କର ସାମନ୍ତରାୟ, ଯୁଗ୍ମ ଆବାହକ ପ୍ରଦୀପ୍ତ ମିଶ୍ର, ସଂଗଠନ ସମ୍ପାଦକ ସତ୍ୟବ୍ରତ ଦାଶ, ରଞ୍ଜନ ଦାସ, ସୂର୍ଯ୍ୟନାରାୟଣ ଜେନା, ସମ୍ପାଦକ ହିମାଂଶୁ ବେହୁରା ଓ ପୁଣ୍ୟଶ୍ଳୋକ ମହାନ୍ତି ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀ ରେ ଯୋଗଦାନ କରିଥିଲେ l ଆସନ୍ତା 11.06.2020 ରେ ମାନ୍ୟବର କୋର୍ଟ ରେ ଶୁଣାଣି ହେବାର ଥିବାରୁ ସବୁ ଫି ଛାଡ଼ ପାଇଁ ଅନୁରୋଧ କୁ କୋର୍ଟ ଶୁଣିଲେ ସବୁ ଅଭିଭାବକ ଓ ଓଡିଶା ଅଭିଭାବକ ମହାସଂଘର ସବୁ ସଭ୍ୟା ଓ ସଭ୍ୟ ଉପକୃତ ହେବେ l
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking