28.1 C
Bhubaneswar
Saturday, April 27, 2024
Homeଓଡିଶାଅସହାୟ ପରିବାରକୁ ଦେଖିବ କିଏ

ଅସହାୟ ପରିବାରକୁ ଦେଖିବ କିଏ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବିଭିନ୍ନ ଗ୍ରାମରେ ଏବେ ବି ଅନେକ ସମସ୍ୟା ଲାଗିରହିଛି । ଏଇଭଳି ଅନେକ ଗ୍ରାମରେ ପରିବାର ଅଛନ୍ତି ଯେଉଁଠି ଆଜିବି ନା ରହିବାକୁ ଘର ଖଣ୍ଡିଏ ଅଛି ନା ଜୀବନ ଜୀଇଁବାର ସୁଖ ଅଛି । ଅନେକ ଲୋକ ଏଇଭଳି ଦୁର୍ଦଶା ଭୋଗୀ ସରକାରଙ୍କ ଯୋଜନା ଠାରୁ ବହୁତ ଦୂରରେ ନିଜର କପାଳକୁ ଦ୍ୱାହି ଦେଇ ବଞ୍ଚିବା ଶିଖି ଗଲେଣି । ଏଇପରି ଏକ ଅବହେଳିତ ପରିବାର ଆଜି କାଲିମେଳା ବ୍ଲକ ,ଗିନୀପାଲିଗୁଡା ଗ୍ରାମରେ ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଭୁବନପାଲି ପଞ୍ଚାୟତ ଗିନୀପାଲିଗୁଡା ଗ୍ରାମରେ ଭିମେ କର୍ମା ଦୁଇ ବର୍ଷ ପୂର୍ବେ ସ୍ୱମି ଜଗା କର୍ମାଙ୍କ ମୃତୁ ଘଟିଛି।ବର୍ତ୍ତମାନ ସେ ତାହାର ୬ବର୍ଷ ର ପୁଅ ସହିତ ବିପଦ ସଂକୁଳ ଅବସ୍ଥାରେ ବାଉଁଶ ଝାଟିରେ ତିଆରି ଭଙ୍ଗା ଘରେ ରହିଆସୁଛନ୍ତି। ସରକାର ସୁବିଧା ପାଖବି ମାଡି ପାରିନାହିଁ ବିମେ ଙ୍କ ପାଖରେ।ଏପରିକି ଆଧାର କାର୍ଡ ଭଳି ପରିଚୟପତ୍ର ଠାରୁବି ସେ ବଂଚିତ।ସ୍ବାମୀଙ୍କ ମୃତୁ ପରେ ଭାଙ୍ଗି ପଡିଛନ୍ତି ବିମେ।ଖାଇବା ପାଇଁ ଜଙ୍ଗଲ ଜାତ ଦ୍ରବ୍ୟ ଓ ଭିକ ମାଗି କରି ବଞ୍ଚୁଛନ୍ତି।ଯଦି ସେତିକି ବି ନମିଳେ ତେବେ ପେଟରେ ଓଦାକନା ଦେଇ ଶୋଇବାକୁ ପଡେ ମା ଓ ତାର ସେହି ୬ବର୍ଷ ର ପୁଅଟିକୁ ନେଇ। ଏମିତି ଦିନେ ଦିନେ ବର୍ଷା ଆସିଲେ ରାତିସାରା ପୁଅକୁ କୋଳରେ ଧରି ଉଜାଗର ରହିବା ଅଭ୍ୟାସ ହେଲାଣି। ସାହି ପଡ଼ିଶାର ଲୋକେ ଜରି ପଲିଥିନ ଦେଲେ ଭାଗ୍ୟକୁ ଆଦରି ରହି ଜୀବନ ବିତାନ୍ତି। ତାଙ୍କ ପୁଅ ଛଟ ଥିବା ବେଳେ ଅଗ୍ନି କାଣ୍ଡ ରେ ଦୂର ଭାଗ ବସତ ବାମ ହାତ ଟି ବିକଳାଙ୍ଗ ହୋଇ ଯାଇଛି l
୬ ବର୍ଷ ରୋ ପୁଅ କୁ ନେଇ ଚିନ୍ତା ରେ ଥିବା ବେଳେ କିଛି ଅର୍ଥ ବି ନାହିଁ ପିଲା ରୋ ଚିକିତ୍ସା କରିବାକୁ

ବହୁତ ଦୁଃଖର ବିଷୟ ଆଦିବାସୀଙ୍କ ବିକାଶ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଥିବାବେଳେ,ଧନୀ ଲୋକଙ୍କୁ ଘର ଦେବା ବହୁ ମାତ୍ରାରେ ଦେଖା ଦେଇଛି କିନ୍ତୁ ଏହି ଭଳି ଅସହାୟ ପରିବାରକୁ ବା ଦେଖିବ କିଏ । ଖରା ଦିନ ଯେକୌଣସି ପ୍ରକାରେ ଜୀବନ କଟିଯାଏ କିନ୍ତୁ ବର୍ଷା ଆସିଲେ ଏଇ ପରିବାରଙ୍କ କଷ୍ଟ ସହି ପାରନ୍ତିନି ବୋଲି ଗ୍ରାମ ବାସୀ କୁହନ୍ତି ।ଏହି ଅସହାୟ ପରିବାର ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରେ ଖଣ୍ଡିଏ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking