ରାୟଗଡା : ଜିଲ୍ଲାପାଳ ସରୋଜ କୁମାର ମିଶ୍ର ପିପିଇ କିଟ୍ ପରିଧାନ କରି ଆଜି କୋଭିଦ ମେଡିକାଲ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜେକେପୁର ଠାରେ ଥିବା କୋଭିଦ ମେଡିକାଲ ଠାରେ ଅଚାନକ ପହଞ୍ଚିଥିଲେ ଜିଲ୍ଲାପାଳ। ମେଡିକାଲ ପହଞ୍ଚିବା ପରେ ସେଠାରେ ଥିବା କର୍ମଚାରୀଙ୍କୁ ପିପିଇ କିଟ୍ ମାଗିଥିଲେ। ଏହାପରେ ନିଜେ ପରିଧାନ କରି ମେଡିକାଲ ଭିତରକୁ ଯାଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ସହିତ ଆଲୋଚନା କରିଥିଲେ। ଏହାପରେ ମେଡିକାଲରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ସହିତ ଆଲୋଚନା କରିଥିଲେ। ଚିକିତ୍ସା ସେବା ସମ୍ପର୍କରେ ରୋଗୀଙ୍କୁ ପଚାରି ବୁଝିଥିଲେ। ଏହାପରେ ମେଡିକାଲ ସୁବିଧା ଓ ଅସୁବିଧା ନେଇ ମଧ୍ୟ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।