37.1 C
Bhubaneswar
Friday, May 20, 2022
Homeଓଡିଶାସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ

ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ

ଭୁବନେଶ୍ୱର: ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ ନିଷ୍ପତ୍ତି ହୋଇଛି । ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ସବୁ ଦୋକାନ ବନ୍ଦ ହେବ । ଦୋକାନ ବନ୍ଦ କରିବାକୁ ରାଜ୍ୟ ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଛି । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନେଇଛି ମହାସଂଘ । ଏନେଇ ମହାସଂଘ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା ସୂଚନା ଦେଇଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ସଂପାଦକ ସୁଧାକର ପଣ୍ଡା । ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢି ଚାଲିଥିବାବେଳେ ଶୁକ୍ରବାର ମଧ୍ୟ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନ ୨ଟା ପରେ ଦୋକାନ ବନ୍ଦ ରହିବ । କିନ୍ତୁ ଏହି ସମୟରେ ମାଲ୍ ପରିବହନ, ଲୋଡିଂ, ଅନଲୋଡିଂ ଆଦି କାର୍ଯ୍ୟ ଚିରାଚରିତ ଭାବେ ଜାରି ରହିବ । ଏହାଦ୍ୱାରା ଲୋକ ମାନେ ଦୋକାନ ମାନଙ୍କରେ ଭିଡ କରିବେ ନାହିଁ ଏବଂ ଘରୁ ଅଯଥାରେ ବାହାରିବେ ନାହିଁ । ଯାହା ଫଳରେ ସଂକ୍ରମଣକୁ ଆମେ ଅଧିକ ମାତ୍ରାରେ କମ୍ କରିପାରିବା ।

ବ୍ୟବସାୟୀ ଓ ଗ୍ରାହକମାନେ ମାସ୍କ ପିନ୍ଧି ନ ଥିବା, ସାମାଜିକ ଦୂରତା ରହୁ ନ ଥିବା, ଗହଳି ଲାଗୁଥିବା ଆଦି କାରଣ ପାଇଁ ବିଏମ୍‌ସିର ଡେପୁଟି କମିଶନର ସିଲ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବାପୁଜୀ ନଗରର ଫାଷ୍ଟ ଫୁଡ ସେଣ୍ଟର, ରେଣ୍ଟାଲର ଆମିଷ ବଜାର, ରୁଚିକା ମାର୍କେଟ ଓ ଡମଣାର ଖାଦ୍ୟ ଷ୍ଟଲ, ଭିଭିଏସ୍ ନଗର ମାର୍କେଟ ମଧ୍ୟ ୪୮ ଘଣ୍ଟା ବନ୍ଦ ରଖିବାକୁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ୪୮ ଘଣ୍ଟିଆ କଟକଣା ପରେ ପରେ ଏହି ଅଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍ ମଧ୍ୟ ହେବ । ତେଣୁ ଦୋକାନ ବଜାର ସୋମବାର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking