27.1 C
Bhubaneswar
Sunday, July 13, 2025
Homeଓଡିଶାଆସନ୍ତାକାଲି ନାମାଙ୍କନପତ୍ର ଦାଖଲ ଓ ୮ରେ ଚୂଡ଼ାନ୍ତ ଫଳାଫଳ ଘୋଷଣା : ଯତୀନ ମହାନ୍ତି

ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ ଓ ୮ରେ ଚୂଡ଼ାନ୍ତ ଫଳାଫଳ ଘୋଷଣା : ଯତୀନ ମହାନ୍ତି

ଭୁବନେଶ୍ୱର: ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ.କେ.ଲକ୍ଷ୍ମଣଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଜୁଲାଇ ୪ ତାରିଖରେ ବିଜ୍ଞପ୍ତି ଜାରି ହୋଇଥିବାବେଳେ ଆଜି ପୂର୍ବାହ୍ନ ୧୧ଟାରେ ଅନ୍ତରୀଣ ମତଦାତାଙ୍କ ସୂଚୀ ପ୍ରକାଶ ପାଇଥିଲା । ମଧ୍ୟାହ୍ନ ୧୨ଟାରୁ ୨ଟା ସୁଦ୍ଧା ଏହି ସୂଚୀ ଉପରେ ବିଭିନ୍ନ ଆପତି ଅଭିଯୋଗର ଯାଂଚ ପରେ ଚୂଡ଼ାନ୍ତ ମତଦାତାଙ୍କ ତାଲିକା ପ୍ରକାଶ ପାଇଛି । ଏହି ମତାଦାତାମାନେ ହିଁ ରାଜ୍ୟ ସଭାପତି ଚୟନ କରିବେ ବୋଲି ରାଜ୍ୟ ସହ ନିର୍ବାଚନ ଅଧିକାରୀ ତଥା ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି ସୁଚନା ଦେଇଛନ୍ତି ।

ଉପରୋକ୍ତ ନିର୍ବାଚନ ପାଇଁ ଧାର୍ଯ୍ୟ ଆସନ୍ତା କାଲି ଜୁଲାଇ ୭ରେ ପୂର୍ବାହ୍ନ ୧୧ଟାରୁ ୨ଟା ସୁଦ୍ଧା ନାମାଙ୍କନପତ୍ର ଦାଖଲ ହେବାର ଥିଲା । ମାତ୍ର ଅନିବାର୍ଯ୍ୟ କାରଣ ପାଇଁ ଏହି ସମୟରେ ପରିବର୍ତନ କରାଯାଇଛି । ନାମାଙ୍କନ ପତ୍ର ଦାଖଲ ଆସନ୍ତା କାଲି ମଧ୍ୟାହ୍ନ ୧୨.୩୦ରୁ ଆରମ୍ଭ ହୋଇ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ହେବ । ନାମାଙ୍କନ ସମ୍ପର୍କିତ ଆପତି ଅଭିଯୋଗର ଯାଂଚ କରାଯାଇ ଅପରାହ୍ନ ୪.୩୦ସୁଦ୍ଧା ଅନ୍ତିମ ସୂଚୀ ପ୍ରକାଶ କରାଯିବ ଏବଂ ଚିହ୍ନ ଆବଂଟନ କରାଯିବ । ଆବଶ୍ୟକ ହେଲେ ୮ତାରିଖ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ୧୧ଟା ୩୦ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ । ଏହି ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ଶ୍ରୀ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହିବେ ବୋଲି ଡ.ମହାନ୍ତି ସୁଚନା ଦେଇଛନ୍ତି । ସୂଚନାଯୋଗ୍ୟ, ବିଜେପିର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପ୍ରତି ୩ ବର୍ଷରେ ଥରେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୁଏ । ଏଥିରେ ଦଳର ବୁଥ୍‌ସ୍ତରରୁ ଆରମ୍ଭ କରି କେନ୍ଦ୍ରସ୍ତର ପର୍ଯ୍ୟନ୍ତ ନିର୍ବାଚନ କରାଯାଏ । ଏହି ପରିପ୍ରେକ୍ଷୀରେ ପୂର୍ବରୁ ବିଜେପିର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି, ରାଜ୍ୟ ପରିଷଦ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking