27.1 C
Bhubaneswar
Sunday, July 13, 2025
Homeଓଡିଶାବ୍ରାଣ୍ଡ୍ କୋରାପୁଟ୍’ ପାଇଁ କୋରାପୁଟ କଫିର ଉତ୍ପାଦନ ବଢାଇବାକୁ ପ୍ରଚେଷ୍ଟା କରିବା - ଧର୍ମେନ୍ଦ୍ର ପ୍ରଧାନ

ବ୍ରାଣ୍ଡ୍ କୋରାପୁଟ୍’ ପାଇଁ କୋରାପୁଟ କଫିର ଉତ୍ପାଦନ ବଢାଇବାକୁ ପ୍ରଚେଷ୍ଟା କରିବା – ଧର୍ମେନ୍ଦ୍ର ପ୍ରଧାନ

କୋରାପୁଟ:  କୋରାପୁଟ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଫି ଗାର୍ଡେନ୍ ପରିଦର୍ଶନ କରିବା ସହ ଚାଷରେ ନିୟୋଜିତ ହୋଇଥିବା ଅଧିକାରୀ ଏବଂ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି ।

ଶ୍ରୀ ପ୍ରଧାନ କଫି ବୋର୍ଡର ଅଧିକାରୀଙ୍କ ସହ ଆଲୋଚନା କରିବା ଅବସରରେ ଜାଣିବାକୁ ପାଇଥିଲେ ଯେ କୋରାପୁଟ ଜିଲ୍ଲାରେ ୭୦୦୦ ହେକ୍ଟର ପରିମିତ ଜମିରେ କଫି ଚାଷ ହେଉଛି । କୋରାପୁଟ, ସେମିଳିଗୁଡ଼ା, ଲକ୍ଷ୍ମୀପୁର,ଦଶମନ୍ତପୁର, ପଟ୍ଟାଙ୍ଗି, ନନ୍ଦପୁର ଏବଂ ଲମତାପୁଟ ବ୍ଲକରେ କଫି ଚାଷ ହେଉଛି । ସ୍ୱୟଂ ସଂଗଠନର ମହିଳାଙ୍କ ଦ୍ୱାରା ଏହା ପରିଚାଳିତ ହେଉଛି । ଏଠାରେ ବାର୍ଷିକ ୬୦୦ ଟନ କଫି ଉତ୍ପାଦନ ହେଉଛି, ଯାହାର ବାର୍ଷିକ ଆନୁମାନିକ ମୂଲ୍ୟ ୩୦ କୋଟି ଟଙ୍କାରୁ ଅଧିକ ହେବ । କଫିର କଞ୍ଚାମାଲ କେଜି ପ୍ରତି ୫୦୦ ଟଙ୍କା ବିକ୍ରି କରାଯାଉଛି । ଆଗାମୀ କୋରାପୁଟ ସମେତ କଫି ଚାଷକୁ ଆଗକୁ ବଢାଇବାର ଲକ୍ଷ୍ୟ ରଖାଯାଇଛି ।

ଆଲୋଚନା କାଳରେ ଶ୍ରୀ ପ୍ରଧାନ କହିଥିଲେ ଯେ ବିଶ୍ୱ ବଜାରରେ କୋରାପୁଟ କଫିର ଚାହିଦା ବଢୁଛି । ବର୍ତ୍ତମାନ ସମୟରେ ଏହା ଏକ ଲାଭବାନ ଚାଷରେ ପରିଣତ ହୋଇଛି । ବିଶ୍ୱରେ କୋରାପୁଟକୁ ‘ବ୍ରାଣ୍ଡ୍ କୋରାପୁଟ୍’ କରିବାକୁ ହେଲେ ଏହି ସ୍ୱତନ୍ତ୍ର କଫିର ଉତ୍ପାଦନ ବଢାଇବା ଦିଗରେ ଆମେ ସାମୂହିକ ପ୍ରୟାସ କରିବା ଉଚିତ୍ ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking