28.1 C
Bhubaneswar
Saturday, April 27, 2024
Homeଅପରାଧଗୋବିନ୍ଦ ସାହୁ କୁ 5 ଦିନ ରିମାଣ୍ଡ ରେ ନେଲା ପୋଲିସ

ଗୋବିନ୍ଦ ସାହୁ କୁ 5 ଦିନ ରିମାଣ୍ଡ ରେ ନେଲା ପୋଲିସ

ଭବାନୀପାଟଣା, : ସ୍ୱୀକାର କଲା ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ ହତ୍ୟା କରିବା ଘଟଣା 1.କାର ଭିତରେ ହିଁ ହତ୍ୟା କରିଥିବା ନେଇ ସ୍ୱୀକାର କଲା ଅଭିଯୁକ୍ତ ଗୋବିନ୍ଦ1 ସେପଟେ ଆଜି ବଙ୍ଗୋମୁଣ୍ଡା ଜେ ଏମ ଏଫ ସି କୋର୍ଟ ରେ ହାଜର କଲା ପୋଲିସ 1. ସାତ ଦିନ ରିମାଣ୍ଡ ପାଇଁ ଅନୁମତି ମାଗିଥିବା ବେଳେ କୋର୍ଟ ରୁ ମିଳିଲା ପାଞ୍ଚ ଦିନର ରିମାଣ୍ଡ । କୋର୍ଟ ପରିସରରେ ବ୍ୟାପକ ଉତ୍ତେଜନା ଓ ପୋଲିସ ସହ ଠେଲା ପେଲା ହୋଇଥିଲା 1. ଗୋବିନ୍ଦ ସାହୁ ଗାଡି ଉପରକୁ ପଥର ଫିଙ୍ଗିଥିଲେ ଉତ୍ତକ୍ତ୍ୟ ଲୋକେ ।
କୋର୍ଟ ପାଚେରୀ ଡେଇ ବାକୁ ବି ଉଦ୍ୟମ ହୋଇଥିଲା 1 ଏମିତି ଦୃଶ୍ୟ ଆଜି ଦେଢ଼ ଘଣ୍ଟା ଚାଲିଥିଲା1. ଝରନି ଗାଁ ର ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ଅପହରଣ ଏବଂ ହତ୍ୟା ଘଟଣା ର ମାଷ୍ଟର ମାଇଣ୍ଡ ତଥା ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ କୁ କୋର୍ଟ ଚାଲାଣ କରିବା ସମୟରେ କୋର୍ଟ ପରିସରରେ ଆଜି ମେହେର ସମ୍ପ୍ରଦାୟ, ବଙ୍ଗୋମୁଣ୍ଡା ବାସିନ୍ଦା ତଥା ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ମୁକେଶ ଜୈନ ତଥା କଂଗ୍ରେସ କର୍ମୀ ମାନଙ୍କ ପ୍ରବଳ ବିରୋଧ ଦେଖିବା କୁ ମିଳିଥିଲା 1. ଅଭିଯୁକ୍ତ ଗୋବିନ୍ଦ ସାହୁ କୁ ଜନତା ଙ୍କ ହାବୁଡ଼ରେ ଦେବା ନେଇ ଅଡ଼ି ବସିଥିଲେ ଲୋକ 1 ରାଜ୍ୟ ସରକାର ବିରୁଦ୍ଧରେ ବେଶ ଗର୍ଜିଥିଲେ ଲୋକେ1. ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ବହିଷ୍କାର ତଥା ଗିରଫ ଦାବୀ କରିବା ସହ ଗୋବିନ୍ଦ ସାହୁ କୁ ଫାଶୀ ଦେବା ନେଇ ଦାବୀ କରିଥିଲେ 1. ନବୀନ ପଟ୍ଟନାୟକ ଶାସନ ସମୟ ରେ ନାରି ନିର୍ଯ୍ୟାତନା, ଦୁଷ୍କର୍ମ, ହତ୍ୟା, ବେଶ ବଢି ଚାଲିଥିବା ବେଳେ ଶାସକ ଦଳର ନେତା ମନ୍ତ୍ରୀ ମାନେ ସାମିଲ ଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ବିରୋଧୀ କଂଗ୍ରେସ ଅଭିଯୋଗ କରିଛି1 ସେପଟେ ମେହେର ସମ୍ପ୍ରଦାୟ ବି ଏହି ଘଟଣା ରେ ପୋଲିସ ର କାର୍ଯ୍ୟକଳାପ କୁ ନେଇ ସନ୍ଦେହ ପ୍ରକାଶ କରିବା ସହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କୁ ଗିରଫ କରିବା ସହ ଗୋବିନ୍ଦ ସାହୁ କୁ ଫାଶୀ ଦେବା ପାଇଁ ଦାବି କରିଛି ।
ଆଜି ଅପରାହ୍ନ ୨ ଟା ୩୦ ମିନିଟରେ ବଲାଙ୍ଗୀର ପୋଲିସ ଗୋବିନ୍ଦ ସାହୁ କୁ ବଙ୍ଗୋମୁଣ୍ଡା ଜେ ଏମ ଏଫ ସି କୋର୍ଟ ଚାଲାଣ କରିଥିଲା 1 କୋର୍ଟ ରେ ସାତ ଦିନ ରିମାଣ୍ଡ ରେ ନେବା ପାଇଁ ଅନୁରୋଧ କରିଥିଲା ପୋଲିସ 1. ହେଲେ କୋର୍ଟ ପାଞ୍ଚ ଦିନ ରିମାଣ୍ଡ ରେ ନେବା ପାଇଁ ଅନୁମତି ପ୍ରଦାନ କରିଛି 1 ଯାହାକୁ ନେଇ ଆଉ କିଛି ରହସ୍ୟମୟ ତଥ୍ୟ ଉପରେ ଖୁଲାସା ହେବା ଆଶା ରଖିଛି ପୋଲିସ1 ଏହି ଘଟଣା ରେ ପୋଲିସ ଗୋବିନ୍ଦ ସାହୁ ର ଜେସିବି ଡ୍ରାଇଭର ସମେତ ଦୁଇ ଅନ୍ୟ ବ୍ୟକ୍ତି କୁ ଉଠାଇ ଆଣି ତଦନ୍ତ ଜାରି ରଖିଛି 1. ଏମିତି କି ଜଣେ ଛାତ୍ରୀ କୁ ବି ପୋଲିସ ଅଟକ ରଖି ତଦନ୍ତ କୁ ଆହୁରି ବ୍ୟାପକ କରିଛି.1 ଡ଼ି ଆଇଜି ଦୀପକ କୁମାର ମଧ୍ୟ ବଲାଙ୍ଗୀର ରେ ରହି ତଦନ୍ତ ପରିସର କୁ ଆହୁରି ବ୍ୟାପକ କରିଛନ୍ତି 1 ସେପଟେ ଆଜି ଝରନି ଗାଁ କୁ ଯାଇ ପରିବାର ସହ ଆଲୋଚନା କରିଛନ୍ତି ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର 1. ଘଟଣା କୁ ଗୁରୁତର ଭାବରେ ନେଇ ଏସ ଆଇ ଟି ତଦନ୍ତ କରିବା ସହ ତୁରନ୍ତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିବା ସହ ଗିରଫ ଦବିକରିଛି ।
ଘଟଣା କୁ ନେଇ ଏବେ ରାଜ୍ୟ ରେ ସରଗରମ ରାଜନୀତି1.ତେବେ ଆଗକୁ ତଦନ୍ତ କେତେ ବାଟ ଆଗଉଛି ଏବଂ ଯେଉଁ ସେକ୍ସ ରାକେଟ ର ଚର୍ଚ୍ଚା ହେଉଛି ସେ ନେଇ କଣ ତଦନ୍ତ ହେଉଛି 1 ଏହି ଘଟଣାରୁ ସମ୍ପୂର୍ଣ୍ଣ ପରଦା କିଭଳି ଉଠୁଛି ତାହାରି ଉପରେ ଏବେ ନଜର ରହିଛି1. ଏହି ହତ୍ୟା ଘଟଣା ରେ ଆଉ କିଏ କିଏ ସାମିଲ ରହିଛନ୍ତି1  ପୂର୍ବରୁ କେତେଜଣ ଛାତ୍ରୀ ନିଖୋଜ ରହିଛନ୍ତି ସେମାନଙ୍କ ଅବସ୍ଥା କଣ ରହିଛି ତାହା ଏବେ ଏକ ମୁଖ୍ୟ ପ୍ରଶ୍ନ ସାଜିଛି.1. ଏନେଇ ପୋଲିସ କି ପଦକ୍ଷେପ ନେଉଛି କଣ ତଦନ୍ତ ହେଉଛି ତାହା ସମୟ କହିବ 1

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking