29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶପୁଣି ଅଶାନ୍ତ ହେଲା ଆମେରିକା

ପୁଣି ଅଶାନ୍ତ ହେଲା ଆମେରିକା

ୱାସିଂଟନଡିସି: ପୁଣି ଅଶାନ୍ତ ହେଲା ଆମେରିକା । ଓ୍ବାସିଂଟନ ଡିସିର ଜୁନିଟିନ୍ଥ ମ୍ୟୁଜିକ କନସର୍ଟରେ ଆଖିବୁଜା ଗୁଳିମାଡ଼ । ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ପୋଲିସ ଅଫିସର ଥିବା ସୂଚନା ରହିଛି । ହ୍ବାଇଟ ହାଉସ ଠାରୁ ମାତ୍ର ୩ କିମି ଦୂରରେ ଏହି ଗୁଳିକାଣ୍ଡ ଘଟିଥିବା ବେଳେ ଅଭିଯୁକ୍ତକୁ ଖୋଜୁଛି ପୋଲିସ । କେଉଁ କାରଣରୁ ଗୁଳିକାଣ୍ଡ ଘଟିଛି ତାହା ଜଣାପଡି ନାହିଁ ।
ଆହତ ତିନି ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ମେଟ୍ରୋ ପଲିଟାନ ପୋଲିସ ମୁଖ୍ୟ ରବର୍ଟ ଜେ. କହିଛନ୍ତି । ଗୁଳିକାଣ୍ଡର ଭିଡିଓ ଭାଇରାଲ ହେଉଛି ।ଗୁଳିକାଣ୍ଡ ଘଟଣା ବଢୁଥିବା ବେଳେ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ଦେଶ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ସେପଟେ ବନ୍ଧୁକ କ୍ରୟକୁ ନେଇ ଆମେରିକା ସରକାର ଆଇନରେ ପରିବର୍ତ୍ତନ କରିବାକୁ ଯୋଜନା ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking