24.1 C
Bhubaneswar
Thursday, May 9, 2024
Homeଓଡିଶାଡକାୟତି ଉଦ୍ୟମ ପଣ୍ଡ କଲା ପୁଲିସ, ୫ ଗିରଫ

ଡକାୟତି ଉଦ୍ୟମ ପଣ୍ଡ କଲା ପୁଲିସ, ୫ ଗିରଫ

ଭୁବନେଶ୍ୱର: ଡକାୟତି କରିବାକୁ ଉଦ୍ୟମ କଲା ବେଳେ ୫ ଜଣ ଯୁବକଙ୍କୁ ଗିରଫ କରିଛି ଜଟଣି ଥାନା ପୁଲିସ । ସେମାନେ ହେଲେ ଜଟଣି ଥାନା ଅଞ୍ଚଳର ଏମଡି ଅରବାଜ ଓରଫ ମଙ୍ଗଳୁ(୨୨), ଶରିଫ ଖାନ ଓରଫ ଚିଣ୍ଟୁ(୨୦), ଦିପ୍ତିରଞ୍ଜନ ଭୁଜବଳ ଓରଫ ପିଣ୍ଟୁ(୨୫), ଏସକେ ଅହମ୍ମଦ ଓରଫ ସକିଲ(୨୨) ଏବଂ ସୋମନାଥ ପାତ୍ର ଓରଫ କାହ୍ନୁ(୨୯) । ସୂଚନା ମୁତାବତ ଗତକାଲି ବଳମ୍ବିତ ରାତିରେ ବଡ ଧାରଣର ଲୁଟ ପାଇଁ ବେଣାପଞ୍ଜରି ପାଣିଟାଙ୍କି ନିକଟସ୍ଥ ଏକ ଅନ୍ଧାରିଆ ସ୍ଥାନରେ ଯୋଜନା ପ୍ରସ୍ତୁତ କରୁଥିବାର ଖବର ପାଇ ଜଟଣି ପୁଲିସ ସାଧା ପୋଷାକ ଓ ବିନା ପୁଲିସ ଗାଡିରେ ପହଞ୍ଚି ଏମାନଙ୍କୁ ଧରିଥିଲା । ବୋମା ପକାଇ ଲୁଟ କରିବାକୁ ଉଦ୍ୟମ କରିବାକୁ ଯାଉଥିବା ବେଳେ ପୁଲିସ ଗୋଡେଇ ଗୋଡେଇ ୫ ଜଣଙ୍କୁ ଧରିଥିଲା । ସେମାନଙ୍କ ନିକଟରୁ ୫ ଟି ଅଫୁଟା ବୋମା, ସ୍କରପିଓ କାର, ୩ ଟି ବାଇକ, ଲଙ୍କାଗୁଣ୍ଡ, ଖଣ୍ଡା, ଭୁଜାଲି ଏବଂ ଲୁହା ରଡ଼ ଜବତ କରିଛି ପୁଲିସ । ଖବର ମୁତାବକ ସେମାନଙ୍କ ଟାର୍ଗେଟରେ ଥିଲା ଦାମୀ କାର, ବଡ ଜୁଏଲାରୀ ସପ, ଓ ବଡ ବଡ ବ୍ୟବସାୟ ସନ୍ଥା । ପୂର୍ବରୁ ଏମାନଙ୍କ ନାଁରେ କମିଶନରେଟ ପୁଲିସ ସହିତ ରାଜ୍ୟର ବିଭିନ୍ନ ଥାନାରେ ବୋମାମାଡ, ଲୁଟ ଓ ଡକାୟତି ଭଳି ସଙ୍ଗିନ ମାମଲା ରହିଚି । ତେଣୁ ଆଜି ସମସ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking