40.1 C
Bhubaneswar
Saturday, April 27, 2024
Homeଓଡିଶାପାରାଦ ଉପରମୁହାଁ; ୩୮ ଡିଗ୍ରୀ ଉପରେ୧୬ ସହରର ତାପମାତ୍ରା

ପାରାଦ ଉପରମୁହାଁ; ୩୮ ଡିଗ୍ରୀ ଉପରେ୧୬ ସହରର ତାପମାତ୍ରା

ଭୁବନେଶ୍ୱର: ମାର୍ଚ୍ଚରୁ ତାତି ବଢ଼ିବାରେ ଲାଗିଲାଣି । ଗତ ୨ଦିନ ହେବ ରାଜ୍ୟରେ ପାରଦ ଉପରମୁହାଁ ହୋଇଥିବା ବେଳେ ରାଜ୍ୟରେ ଅନେକ ସହରର ତାପମାତ୍ରା ବୃଦ୍ଧି ପାଇଛି । ଗୁରୁବାର ୧୬ ସହରର ତାପମାତ୍ରା ୩୮ ଡିଗ୍ରୀ ଉପରକୁ ରହିଥିବା ବେଳେ ୫ ସହରର ତାପମାତ୍ରା ୩୯ ଡିଗ୍ରୀ ପାର ହୋଇଛି । ଫଳରେ ଆଜି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପାଲଟିଛି ଉତ୍ତପ୍ତ ସହର । ଏଠାରେ ଆଜି ଦିନ ତାପମାତ୍ରା ସର୍ବାଧିକ ୩୯.୮ ଡ଼ିଗ୍ରୀ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ତେବେ ସୂଚନା ଅନୁସାରେ ବାଲେଶ୍ୱରରେ ୩୫.୧ ଡିଗ୍ରୀ, ଚାନ୍ଦବାଲିରେ ୩୮.୨ ଡିଗ୍ରୀ, କଟକରେ ୩୮.୪ ଡିଗ୍ରୀ, ପାରାଦୀପରେ ୩୩.୧ ଡିଗ୍ରୀ, ଭୁବନେଶ୍ୱରରେ ୩୭.୩ ଡିଗ୍ରୀ, ଗୋପାଳପୁରରେ ୩୩ ଡିଗ୍ରୀ, ପୁରୀରେ ୩୩.୧ ଡିଗ୍ରୀ, ଅନୁଗୋଳରେ ୩୮.୧ ଡିଗ୍ରୀ, ବାରିପଦାରେ ୩୬ ଡିଗ୍ରୀ, ଝାରସୁଗୁଡ଼ାରେ ୩୮.୩ ଡିଗ୍ରୀ, କେନ୍ଦୁଝରଗଡ଼ର ତାପାମାତ୍ରା ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି ।ସେହିପରି ସମ୍ୱଲପୁରରେ ୩୮ ଡିଗ୍ରୀ, ସୁନ୍ଦରଗଡ଼ରେ ୩୭.୪ ଡିଗ୍ରୀ, ହୀରାକୁଦରେ ୩୮ ଡିଗ୍ରୀ, ତାଳଚେରରେ ୩୮.୬ ଡିଗ୍ରୀ, ଭବନୀପାଟଣାରେ ୩୯.୦ ଡିଗ୍ରୀ, ବଲାଙ୍ଗିରରେ ୩୮.୯ ଡିଗ୍ରୀ, କୋରାପୁଟରେ ୩୬.୦ ଡିଗ୍ରୀ, ଫୁଲବାଣୀରେ ୩୮.୯ ଡିଗ୍ରୀ, ଟିଟିଲାଗଡ଼ରେ ୩୯.୨ ଡିଗ୍ରୀ, ମାଲକାନଗିରିରେ ୩୮.୨ ଡିଗ୍ରୀ, ସୋନପୁରରେ ୩୭.୪, ଦାରିଙ୍ଗବାଡ଼ିରେ ୩୪.୫ ଡିଗ୍ରୀ, ନୟାଗଡ଼ରେ ୩୯.୨, ବୌଦ୍ଧରେ ୩୯.୫ ଡିଗ୍ରୀ, ଛତ୍ରପୁରରେ ୩୫.୦ ଡିଗ୍ରୀ,ପାରଳାଖେମୁଣ୍ଡିରେ ୩୯.୮ ଡିଗ୍ରୀ, ରାୟଗଡ଼ାରେ ୩୮.୬ ଡିଗ୍ରୀ, ଭଦ୍ରକରେ ୩୬.୪ ଡିଗ୍ରୀ, ଭଦ୍ରକରେ ୩୬.୪ ଡିଗ୍ରୀ, ଢେଙ୍କାନାଳରେ ୩୭.୫ ଡିଗ୍ରୀ, ବରଗଡ଼ରେ ୩୫.୨ ଡିଗ୍ରୀ, ଦେବଗଡ଼ରେ ୩୫.୨ ଡିଗ୍ରୀ, ନୂଆପଡ଼ାରେ ୩.୪ ଡିଗ୍ରୀ, ନବରଙ୍ଗପୁରରେ ୩୭.୬ ଡିଗ୍ରୀ, ଜଗତସିଂହପୁରରେ ୩୭.୫ ଡିଗ୍ରୀ ଓ ରାଉରକେଲାରେ ତାପମାତ୍ରା ୩୬.୮ ଡିଗ୍ରୀ ରେକର୍ଡ କରାଯାଇଛି । ଆସନ୍ତା ୨ଦିନ ମଧ୍ୟରେ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଦିନ ତାପମାତ୍ରା ୪୦ଡ଼ିଗ୍ରି ଛୁଇଁବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking