28.1 C
Bhubaneswar
Saturday, April 27, 2024
Homeଓଡିଶାପିଏମ ମୋଦିଙ୍କ ବାତ୍ୟା 'ୟାସ' ନେଇ ସମୀକ୍ଷା ବୈଠକ 

ପିଏମ ମୋଦିଙ୍କ ବାତ୍ୟା ‘ୟାସ’ ନେଇ ସମୀକ୍ଷା ବୈଠକ 

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ ‘ତାଉତେ’ ପରେ ଏବେ ର୍ପୂତଟ କ୍ଷେତ୍ରରେ ୟାସ ସାମୁଦ୍ରିକ ଝଡ ସୃଷ୍ଟି ହୋଇଛି । ପାଣିପାଗ ବିଭାଗ ଏହି ସାମୁଦ୍ରିକ ଝଡ ‘ୟାସ’ ୨୬ ରେ ଲ୍ୟାଣ୍ଡଫଲ କରିବ । ପାରାଦୀପ ଓ ସାଗରଦ୍ୱିପ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ମିଳିଛି ।  ଏଥିରୁ ରକ୍ଷା ପାଇବା ପାଇଁ ହେଉଥିବା ପ୍ରସ୍ତୁତିକୁ ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅଧିକାରୀ ଏବଂ ମନ୍ତ୍ରୀମାନଙ୍କ ସହିତ ଭର୍ଚୁଆଲ ବୈଠକ କରିଛନ୍ତି । ଏଥିରେ ପିଏମ ନିର୍ଦ୍ଦେଶ ଦେଇଛନ୍ତି ଯେ, ବିପଦ ସ୍ଥାନରେ ଥିବା ଲୋକଙ୍କୁ ସମୟ ଥାଉ ଥାଉ ସୁରକ୍ଷିତ ସ୍ଥାନକୁ ପହଂଚାଯାଉ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ବି ଉପସ୍ଥିତ ରହିଥିଲେ । ଏହି ବୈଠକ ପରେ ପିଏମଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ୟାସ ପାଇଁ ୪୬ ଟିମ ପୂର୍ବରୁ ହିଁ କାମରେ ଲାଗିଯାଇଛନ୍ତି । ୧୩ ଟିମ ଆଜି ଆକାଶପଥରେ ଯାଇଛନ୍ତି । ସେହିଭଳି ନୌସେନା, ଭାରତୀୟ ସେନା ଉଦ୍ଧାର କାର୍ଯ୍ୟ ପାଇଁ ଜାହାଜ ଓ ହେଲିକପ୍ଟର ନିୟୋଜିତ ରହିଛନ୍ତି ।  ମୋଦି ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ବିଦ୍ୟୁତ ଓ ଟେଲିଫୋନ ନେଟୱାର୍କ ବିଚ୍ଛିନ୍ନ ସମୟ କମ୍ କରାଯାଉ । ଏହାସହିତ ବାତ୍ୟା ସମୟରେ ଲୋକେ କଣ କରିବା ଓ ନକରିବା ଉଚିତ ସେ ନେଇ ଏକ ଅଧିସୂଚନା ଜାରି କରିବା ଉଚିତ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking