25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଆଇସଲ୍ୟାଣ୍ଡ ଏବଂ ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ସାକ୍ଷାତ, ଅନେକ ପ୍ରସଙ୍ଗ ଉପରେ ଆଲୋଚନା

ଆଇସଲ୍ୟାଣ୍ଡ ଏବଂ ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ସାକ୍ଷାତ, ଅନେକ ପ୍ରସଙ୍ଗ ଉପରେ ଆଲୋଚନା

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦୀ ଆଜି ଡେନମାର୍କରେ ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ୟାଟ୍ରିନା ଜାକୋବସଡୋଟିର ଙ୍କୁ ଭେଟି ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହା ସହ ସ୍ୱିଡେନର ପ୍ରଧାନମନ୍ତ୍ରୀ ମାଗଡାଲେନା ଆଣ୍ଟରସନ ଙ୍କୁ ମଧ୍ୟ ଭେଟିଥିଲେ ।ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ମଜୁବତ କରିବା ଓ ମିଳିତ ଭାବେ କାର୍ଯ୍ୟ କରି ଯୋଜନାର ଅଗ୍ରଗତି କରିବା ବିଷୟରେ ଆଲୋଚନା କରିଥିଲେ । ତିନି ଦିନିଆ ୟୁରୋପ ଗସ୍ତରେ ମୋଦି ଦ୍ୱିତୀୟ ପର୍ଯ୍ୟାୟରେ ଡେନମାର୍କର ରାଜଧାନୀରେ ଦ୍ୱିତୀୟ ଭାରତ-ନାର୍ଡିକ ସମ୍ମିଳନୀ ରେ ଯାକୋବସଡୋଟୀର ଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜାକୋବସଡୋଟୀରଙ୍କ ସହ କଥା ହୋଇଛନ୍ତି ।ବାଣିଜ୍ୟ, ଶକ୍ତି, ମତ୍ସ୍ୟଚାଷ, ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ହୋଇଛି ଆଲୋଚନା । ସେହିପରି ସ୍ୱିଡେନ ସହ ସମ୍ପକକୁ ଆହୁରି ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱିଡେନ ର ପ୍ରଧାନମନ୍ତ୍ରୀ ମାଗଡାଲେନା ଆଣ୍ଡରସନ ଙ୍କ ସହ ଇଣ୍ଡୋ-ସ୍ୱିଡେନ ବନ୍ଧୁତ୍ୱରେ ଅଧିକ ବିବିଧତା ଆଣିବା ଉପରେ ଆଲୋଚନା କରିଛନ୍ତି । ଏହା ସହ ଦ୍ୱିତୀୟ ଭାରତ -ନାର୍ଡିକ ସମ୍ମିଳନୀରେ ଯୋଗଦେବେ । ମୋଦୀ ଏହା ପୂର୍ବରୁ କହିଥିଲେ ଯେ, ସ୍ଥିରତା , ଅକ୍ଷୟ ଶକ୍ତି, ଡିଜିଟାଇଜେସନ, କ୍ଷେତ୍ରରେ ନାର୍ଡିକ ଦେଶ ଗୁୁଡିକ ଭାରତ ପାଇଁ ଅଂଶୀଦାର ଅଟନ୍ତି । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ କରି କହିଛନ୍ତି କି , ନବସୃଜନ, ପ୍ରଯୁକ୍ତି ବିଦ୍ୟା, ଏବଂ ବିନିଯୋଗ ଉପରେ ପ୍ରତିଷ୍ଠିତ । ପ୍ରଧାନମନ୍ତ୍ରୀ ମୋଦୀ ସ୍ୱିଡେନ ର ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିନୟ କ୍ୱାଟ୍ରା କହିଛନ୍ତି କି , ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସମ୍ପର୍କ, ଡିଜିଟାଲ, ସହଭାଗୀତା, ଅର୍ଥନୈତିକ ସହଯୋଗ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାରତ-ନାର୍ଡିକ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking