30.1 C
Bhubaneswar
Monday, May 20, 2024
Homeଓଡିଶାଏଣିକି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ଏକକ ପ୍ରବେଶିକା ପରୀକ୍ଷା

ଏଣିକି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ଏକକ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ସର୍ବଭାରତୀୟ ସ୍ତରରେ ହେବ ଏକକ ପ୍ରବେଶିକା ପରୀକ୍ଷା । ଓଡ଼ିଶା, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଚଳିତ ବର୍ଷ ସାମିଲ ହୋଇଛି । “ଗୋଟିଏ ଦେଶ -ଏକ ପରୀକ୍ଷା’ ଅନୁସାରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ନାତକୋତ୍ତର ଆଡମିଶନ ପାଇଁ କମନ୍ ୟୁନିଭରସିଟି ପ୍ରବେଶିକ ପରୀକ୍ଷାରେ ଯୋଗଦେବାକୁ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଏତଦ୍‌ବ୍ୟତୀତ ଯେଉଁ ମହାବିଦ୍ୟାଳୟ ଏହି ପରୀକ୍ଷାରେ ସାମିଲ ହେବାକୁ ଚାହିଁବେ ଯୋଗ ଦେଇପାରିବେ ।

ଏହି ପରୀକ୍ଷା ଦାୟିତ୍ୱ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ଦିଆଯାଇଛି । ଦେଶରେ ସବୁ ଅଞ୍ଚଳର ପ୍ରାର୍ଥୀଙ୍କୁ ଗୋଟିଏ ସାଧାରଣ ପ୍ଲାଟଫର୍ମ ଏବଂ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । କେଉଁ ମାଧ୍ୟମରେ ହେବ, ପ୍ରଶ୍ନର ଢାଞ୍ଚା କ’ଣ ରହିବ, ସେ ବିଷୟରେ ସମସ୍ତ ତଥ୍ୟ ଏନ୍‌ଟିଏ ୱେବସାଇଟ୍ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୱେବସାଇଟରେ ଜାଣିପାରିବେ । ଏଥିରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୫ ବର୍ଷ ଇଣ୍ଟିଗ୍ରେଟେଡ୍ ଗଣିତ, ୧୨ଟି ପିଜି ପ୍ରୋଗ୍ରାମ ଓ ଗୋଟିଏ ବିଇଡି ପ୍ରୋଗ୍ରାମ୍ ପାଇଁ ପ୍ରବେଶିକା ପରୀକ୍ଷା ସାମିଲ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking