33.1 C
Bhubaneswar
Saturday, April 27, 2024
Homeଓଡିଶାଅଲାରନାଥଙ୍କ ଚାପ ନୀତିରେ ବିଭ୍ରାଟ

ଅଲାରନାଥଙ୍କ ଚାପ ନୀତିରେ ବିଭ୍ରାଟ

ପୁରୀ: ଅଲାରନାଥଙ୍କ ଚାପ ନୀତିରେ ବିଭ୍ରାଟ । ପ୍ରଥମ ଦିନରେ ଚାପ ଖେଳି ପାରିଲେନି ମହାପ୍ରଭୁ ଅଲାରନାଥ । ବିମାନ କାନ୍ଧେଇବାକୁ କେନ୍ଦ୍ର କରି ବିମାନବଡ଼ୁ ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା । ଯାହା ଫଳରେ ଅକ୍ଷୟ ତୃତୀୟା ନୀତିରେ ଏପରି ବିଭ୍ରାଟ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ସୁସଜ୍ଜିତ ବିମାନରେ ମହାପ୍ରଭୁଙ୍କ ବିଜେ ପ୍ରତିମା ମଦନମୋହନ ଓ ଭୂଦେବୀ ଶ୍ରୀଦେବୀ ଏବଂ ପାଲିଙ୍କିରେ ରାମକୃଷ୍ଣ ଚାପ ପୁଷ୍କରିଣୀକୁ ଯାଇଥାନ୍ତେ । ସେଠାରେ ନନ୍ଦା ଭଦ୍ରା ଡଙ୍ଗାରେ ବିଜେ କରି ଚାପ ଖେଳିଥାନ୍ତେ । ହେଲେ ବିମାନ କାନ୍ଧେଇବାକୁ ନେଇ ବିମାନବଡୁ ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା । ଶେଷରେ ରାତି ୨ଟାରେ ଶ୍ରୀଜୀଉ ଚାପ ପୁଷ୍କରିଣୀକୁ ଯାଇ କେବଳ ପାଣି ଛୁଇଁ ଆସିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking