28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଜୀବ ପ୍ରତି ଦୟାଭାବ ଆମର ସାଂସ୍କୃତିକ ପରମ୍ପରା : 'ମନ୍‍ କି ବାତ୍‍'

ଜୀବ ପ୍ରତି ଦୟାଭାବ ଆମର ସାଂସ୍କୃତିକ ପରମ୍ପରା : 'ମନ୍‍ କି ବାତ୍‍'

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍‍ କି ବାତ୍‍’ରେ ଦେଶର ଦେଶର ମହାନ ପରମ୍ପରା ବିଷୟରେ କହିଛନ୍ତି। ସେ କହିଛନ୍ତି, ଆମ ପୂର୍ବପୁରୁଷମାନେ ଆମକୁ ଯାହା ଉତରାଧିକାର ସୂତ୍ରରେ ଦେଇଯାଇଛନ୍ତି, ଯେଉଁ ଶିକ୍ଷା-ଦୀକ୍ଷା ଆମେ ପାଇଛୁ, ସେଥିରେ ପ୍ରତ୍ୟେକ ଜୀବ ପ୍ରତି ଦୟାଭାବ, ପ୍ରକୃତି ପ୍ରତି ଅସୀମ ଭଲପାଇବା ଭଳି କଥାସବୁ ଆମର ସାଂସ୍କୃତିକ ପରମ୍ପରା। ତେଣୁ, ଭାରତର ଏହି ପରିବେଶର ଆତିଥ୍ୟ ଗ୍ରହଣ କରିବାକୁ ଦେଶ ବିଦେଶର ବିଭିନ୍ନ ପ୍ରକାରର ପକ୍ଷୀ ପ୍ରତିବର୍ଷ ଭାରତ ଆସିଥାନ୍ତି। ଭାରତ ବର୍ଷସାରା ଅନେକ ବିଦେଶାଗତ ପକ୍ଷୀ-ପ୍ରଜାତିମାନଙ୍କ ଆଶ୍ରୟସ୍ଥଳ ପାଲଟିଥାଏ। ପାଞ୍ଚଶହରୁ ମଧ୍ୟ ଅଧିକ ପ୍ରକାରର ପକ୍ଷୀ ପୃଥିବୀର ବିଭିନ୍ନ ଅଞ୍ଚଳରୁ ଆସିଥାନ୍ତି।
ଆମ ଭାରତ ଏବଂ ବିଶେଷକରି ମେଘାଳୟ ଗୋଟିଏ ଦୁର୍ଲ୍ଲଭ ପ୍ରଜାତିର ବାସସ୍ଥାନ ହୋଇଥିବା ଏକ ସୁଖକର ବିଷୟ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ଏହା ଭାରତର ଜୈବ ବିବିଧତାକୁ ଏକ ନୂତନ ପରିଚୟ ଦେବାକୁ ଯାଉଛି ବୋଲି କହିଛନ୍ତି। ସେ କହିଛନ୍ତି, ଆମ ଆଖପାଖରେ ଏତେଗୁଡ଼ିଏ ଆଶ୍ଚର୍ଯ୍ୟଜନକ କଥା ରହିଛି ଯାହା ଏବେ ମଧ୍ୟ ଆମ ପାଇଁ ଅଜଣା। ଏହିସବୁ ଆଶ୍ଚର୍ଯ୍ୟକୁ ଖୋଜି ବାହାର କରିବା ପାଇଁ ଦୃଢ଼ ଅନୁସନ୍ଧିତ୍ସୁ ମନୋଭାବ ଆବଶ୍ୟକ। ପ୍ରଧାନମନ୍ତ୍ରୀ ମହାନ ତାମିଲ କବୟିତ୍ରୀ ଅବୈୟାର୍‍ଙ୍କ ଏକ ଲେଖା ଶୁଣାଇ ଥିଲେ ଯାହାର ଅର୍ଥ ହେଲା ହେଉଛି ଆମେ ଯାହା ଜାଣିଛୁ, ତାହା ମାତ୍ର ମୁଠାଏ ବାଲି ସଦୃଶ। କିନ୍ତୁ ଯାହା ଆମେ ଜାଣିନୁ, ତାହା ସ୍ୱୟଂ ଏକ ବ୍ରହ୍ମାଣ୍ଡ ସଦୃଶ। ଏହି ଦେଶର ବିବିଧତା ମଧ୍ୟ ଏହିଭଳି ଯେତେ ଜାଣିଲେ ବି ତାହା କମ୍‍। ଆମର ଜୈବବିବିଧତା ମଧ୍ୟ ସମଗ୍ର ମାନବ ଜାତି ପାଇଁ ଜ୍ଞାନର ଗୋଟିଏ ଗନ୍ତାଘର, ଯାହାକୁ ଆମେ ସାଇତି କରି ରଖିବାକୁ ହେବ, ସଂରକ୍ଷିତ କରି ରଖିବାକୁ ହେବ ଆଉ ଏହା ସମ୍ପର୍କରେ ଅଧିକ ଅନୁସନ୍ଧାନ ମଧ୍ୟ କରିବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking