31.1 C
Bhubaneswar
Friday, March 29, 2024
Homeଓଡିଶାଲଖିରାମ ମହାବିଦ୍ୟାଳୟରେ ମହିଳା ଆତ୍ମସୁରକ୍ଷା ଶିବିର ଉଦ୍‌ଯାପିତ

ଲଖିରାମ ମହାବିଦ୍ୟାଳୟରେ ମହିଳା ଆତ୍ମସୁରକ୍ଷା ଶିବିର ଉଦ୍‌ଯାପିତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଲଖିରାମ ମହାବିଦ୍ୟାଳୟ ଠାରେ ମହିଳା ଆତ୍ମସୁରକ୍ଷା ଶିବିର ଶନିବାର ଉଦଯାପିତ ହୋଇଯାଇଛି । କଳେଜ ଅଧ୍ୟକ୍ଷ ନିର୍ମଲ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆତ୍ମ ସୁରକ୍ଷା ଶିବିରରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା କଲେଜ ଅଧ୍ୟକ୍ଷ ଚୈତନ୍ୟ ପରିଡା ଯୋଗଦେଇ ନିଜ ଅଭିଭାଷଣରେ ସାମାଜିକ ସ୍ତରରେ ଛାତ୍ରୀ ମାନଙ୍କର ସୁରକ୍ଷା ଦୃଷ୍ଟି କୋଣରୁ ତାଲିମ ଶିବିର ବେଶ୍ ପ୍ରୋତ୍ସାହନ ଯୋଗାଇଦେବ ବୋଲି ଦୃଢକ୍ତି ପ୍ରକାଶ କହିଥିଲେ । ମୁଖ୍ୟବକ୍ତା ଭାବରେ ଧର୍ମଗଡ ପଞ୍ଚାୟତ କଲେଜ ଅଧ୍ୟକ୍ଷ ସରୋଜ କୁମାର ପଣ୍ଡା ଯୋଗଦେଇ ଥିଲେ। କାର‌୍ୟ୍ୟକ୍ରମରେ ସଂଜୀବ ମୁଣ୍ଡ, ନୃସିଂଙ୍ଗ ନନ୍ଦ ସାମଲ, ଶାନ୍ତନୁ ପରୀଡା ତ୍ରୀନାଥ ପଟ୍ଟନାୟକ ପ୍ରମୂଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ତାଲିମ ଶିବିରରେ କଲେଜର ପ୍ରଥମ ବର୍ଷର ୭୦ ଜଣ ଛାତ୍ରୀ ଭାଗ ନେଇଥିଲେ । ପି.ଆ.ଇ କଲେଜର ମାଷ୍ଟର ଟ୍ରେନର ଜଲି ପରାଭୋଏ ଛାତ୍ରୀମାନଙ୍କୁ ତାଲିମ ଦେବା ସହ ନିଜ ଆତ୍ମ ସୁରକ୍ଷା ସହ ବିଶ୍ୱାସଭାଗି ହୋଇ ପାରିଛନ୍ତି ବୋଲି ତାଲିମ ପ୍ରାପ୍ତ ଛାତ୍ରୀମାନେ କହିଛନ୍ତି । ଦିର୍ଘ ଦିନ ଧରି ଚାଲିଥିବା ଶିବିରରେ ଅଧ୍ୟାପକ ମୋହନ ଚରଣ ବିଶି ଅକ୍ଷୟ ପଟ୍ଟନାୟକ ପରିଚାଳନା କରିଥିବାବେଳେ ମହା ବିଦ୍ୟାଳୟର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking