26.1 C
Bhubaneswar
Friday, March 29, 2024
Homeଓଡିଶାମାନସିକ ବିକାରଗ୍ରସ୍ତ ଭେଣ୍ଡିଆ ପୁତୁରାକୁ ନେଇ ଭଙ୍ଗା କୁଟୀରରେ ବିତୁଛି ଜୀବନ

ମାନସିକ ବିକାରଗ୍ରସ୍ତ ଭେଣ୍ଡିଆ ପୁତୁରାକୁ ନେଇ ଭଙ୍ଗା କୁଟୀରରେ ବିତୁଛି ଜୀବନ

ଗୁଣୁପୁର : ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନାହିଁ କି ଦିଓଳା ଦିମୁଠା ଦାନା ଯୋଗାଡ଼ କରିବାକୁ ଶକ୍ତି ବି ନାହିଁ । ଅନ୍ୟର ଦୟାରେ ଦୁର୍ବିସହ ଜୀବନ କାଟୁଛନ୍ତି ଅସହାୟ ବୃଦ୍ଧା । ଏ ହେଉଛନ୍ତି ରାୟଗଡ ଜିଲ୍ଲା ଗୁଣୁପୁର ବେବର୍ତ୍ତା ଢ଼େପ ସାହିର ପି ଆଦିଆମା । ବୟସ ପାଖାପାଖି ଅସି ଛୁଇଁଲାଣି । ଚମ ଧୁଡୁଧୁଡୁ ସାଙ୍ଗକୁ ଆଖିକୁ ଭଲଭାବରେ ଦେଖାଯାଉନି । ସ୍ୱାମୀ ଚାଲିଗଲା ପରେ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି । ନିଜର ବୋଲି କେହି ସନ୍ତାନ ସନ୍ତତି ନାହାଁନ୍ତି । ଏଇଥିପାଇଁ ନିଜ ଭାଇଙ୍କ ପୁଅ ରବିକୁ ଛୋଟ ବେଳୁ ସନ୍ତାନ ଭାବେ ଲାଳନ ପାଳନ କରି ଆସୁଛନ୍ତି । ହେଲେ ବିଧିର ବିଧାନ ବଡ଼ ବିଚିତ୍ର । ଛୋଟବେଳୁ ପାଳି ଆସିଥିବା ରବି ଗତ ୧୦ ବର୍ଷ ହେଲାଣି ମାନସିକ ଭାରସାମ୍ୟ ହରାଇ ବସିଛି । ବର୍ତ୍ତମାନ ରବି ୨୫ ବର୍ଷର ଭେଣ୍ଡିଆ ଯୁବକ । ଭଲ ଥିବାବେଳେ ସେ ଦରଜି କାମ କରି ସାମାନ୍ୟ ଅର୍ଥ ଉପାର୍ଜନ କରୁଥିଲେ । ମାନସିକ ବିକୃତ ହେବାପରେ ଏବେ ବୃଦ୍ଧା ଜଣକ ତାଙ୍କର ଏକମାତ୍ର ଭରସା । ଆଦିଆମାଙ୍କ ନିଜସ୍ଵ ଘର ବୋଲି କିଛି ନାହିଁ । ବୃଦ୍ଧାଙ୍କ ଅସହାୟତା ଦେଖି ଜଣେ ବଦାନ୍ୟ ବ୍ୟକ୍ତି ଏକ ଛୋଟିଆ କୁଟୀରକୁ ଆଦିଆମାକୁ ଦାନ କରିଥିଲେ । ବର୍ତ୍ତମାନ ଅସି ବର୍ଷ ବୟସରେ ଦୁଇ ତିନୋଟି ଦୋକାନ ଘର ଧୋଇ ବାସନ ମାଜି ଯାହା ଯେତିକି ପାଆନ୍ତି ୨ ପ୍ରାଣୀ କୁଟୁମ୍ବ ଚଳନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking