28.1 C
Bhubaneswar
Saturday, April 27, 2024
Homeଅପରାଧସ୍କୁଲରେ ମାଂସ ଭୋଜି କରି ଅଡୁଆରେ ଶିକ୍ଷକ

ସ୍କୁଲରେ ମାଂସ ଭୋଜି କରି ଅଡୁଆରେ ଶିକ୍ଷକ

ମୟୂରଭଞ୍ଜ: ଏବେ ଚାଲିଛି ପିକନିକ ୠତୁ। ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ଫୁରୁସତ କାଢି କୋଉଠି ସାଙ୍ଗସାଥି ତୋ କୋଉଠି ପରିବାର ମେଳରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପହଞ୍ଚି ପିକନିକ ର ମଜା ଉଠାଉଛନ୍ତି ଲୋକମାନେ। ହେଲେ ଏଠି ଆମେ କହୁଛୁ ଏକ ଭିନ୍ନ ତଥା ନିଆରା ଢଙ୍ଗରେ ଆୟୋଜିତ ଭୋଜିର କଥା। ସ୍କୁଲ ପରିସରରେ କାର‌୍ୟ୍ୟନିର୍ଘଣ୍ଟକୁ ବଳି ପକାଇ ଛାତ୍ରଛାତ୍ରୀଙ୍କ ଉପସ୍ଥିତିକୁ ଉପେକ୍ଷା କରି ଆୟୋଜିତ ମଟନ ଓ ଚିକେନ ମାଂସ ଭୋଜିଖାଇ ମଜା ନେଉଛନ୍ତି ଦାୟିତ୍ବସଂପନ୍ନ ଶିକ୍ଷକଶିକ୍ଷୟିତ୍ରୀ। ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦୀୟ ପରିସ୍ଥିତି ଆଉ ଶିକ୍ଷା ବିଭାଗର ନିୟମକୁ ବେଖାତିର କରି ଅଡୁଆରେ ଶିକ୍ଷକ ଶିକ୍ଷୟିତ୍ରୀ। ଏହି ଭୋଜିର ଭିଡ଼ିଓ ଭାଇରାଲ ହେବାରୁ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ପ୍ରକାଶ ପାଇଛି ଅସନ୍ତୋଷ ଏବଂ ଉତ୍ତେଜନା।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ କମାରଡ଼ିହା ପଞ୍ଚାୟତରେ ଥିବା ବାଇଧର ଉଚ୍ଚ ବିଦ୍ୟାଳୟରେ।ତେବେ ଶିକ୍ଷାଦାନର ମାନରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ସମୟରେ ନୂଆନୂଆ ପଦକ୍ଷେପ ନେଉଥିବର ବେଳେ ଶିକ୍ଷକଶିକ୍ଷୟିତ୍ରୀ ମିଶି ନିଜର ନୈତିକଦାୟିତ୍ୱ ଭୁଲିଯାଇ ଶ୍ରେଣୀ ଫାଙ୍କା ରଖି ପାଠପଢ଼ାକୁ ଅବହେଳା କରି ବିଦ୍ୟାଳୟ ପରିସରରେ ମାଂସ ଭୋଜିର ମଜା ନେଉଥିବା ଭଳି ଦୃଶ୍ୟ ସାମ୍ନାକୁ ସୂଚନାଯୋଗ୍ୟ ଗତ ୨୨ ତାରିଖ ବୁଧବାର ଦିନ ବିଦ୍ୟାଳୟ ପରିସରରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ଆୟୋଜିତ ହୋଇଥିଲା ମାଂସ ଭୋଜି ଏହାର ଭିଡିଓ ଭାଇରାଲ ହେବା ପରେ ଗ୍ରାମବାସୀ ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରି ବିଦ୍ୟାଳୟ ପରିସରରେ ପହଞ୍ଚି ଦୃଢ କାର‌୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏନେଇ ପ୍ରଧାନଶିକ୍ଷକ ସତ୍ୟବ୍ରତ ମହାପାତ୍ରଙ୍କୁ ପଚାରିବାରୁ ସ୍କୁଲ ସମୟରେ ଭୋଜି କରିବା ଆମର ଭୁଲ ହୋଇଛି କହିଛନ୍ତି ।ତେବେ ସ୍କୁଲର ପାଠପଢ଼ା ନିର୍ଘଣ୍ଟକୁ ଉପେକ୍ଷା କରିବା ସହ ଛାତ୍ରଛାତ୍ରୀଙ୍କ ଅଧିକାର କ୍ଷୁର୍ଣ୍ଣ କରି ଶିକ୍ଷା ବିଭାଗର ଆଦର୍ଶ ନିୟମର ଉଲଂଘନ କରିଥିବା ଶିକ୍ଷକମାନଙ୍କ ବିରୋଧରେ ଶିକ୍ଷା ବିଭାଗ ପକ୍ଷରୁ କିପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ଦେଖିବାକୁ ବାକି ରହିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking