29.1 C
Bhubaneswar
Tuesday, May 7, 2024
Homeଓଡିଶାଦୁର୍ଘଟଣାରେ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

ଦୁର୍ଘଟଣାରେ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହୋଇଥିବା ବେଳେ ଚଳଚଞ୍ଚଳ ହୋଇପଡିଛି ସାରା ଓଡ଼ିଶା । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର । ଦୁର୍ଘଟଣାରେ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ହୋଇଛି । ପୁରୀ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି । କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ବିଭିନ୍ନ ଖବର କାଗଜ ସହ ସଂଶ୍ଲିଷ୍ଟ ଥିଲେ ଅଶୋକ ପଣ୍ଡା । ଖବର ସଂଗ୍ରହ ପାଇଁ ପୁରୀ ଯାଉଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ପୁରୀ ଯାତ୍ରା ତାଙ୍କ ପାଇଁ ଶେଷ ଯାତ୍ରା ହୋଇଛି । ପୋଲିସ ଏସମ୍ପର୍କରେ ଛାନଭିନ୍ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking