39.1 C
Bhubaneswar
Friday, April 26, 2024
Homeଓଡିଶାଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା

ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା

ପୁରୀ:  ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ବଢ଼ିବାରେ ଲାଗିଛି । ପରମ୍ପରା ଅନୁସାରେ ଗୁରୁବାର ସକାଳଧୂପ ଶେଷହେବା ପରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ରଥଖଳାକୁ ବିଜେ କରିଛି । ବିଜେ କାହାଳୀ ବାଜିବା ସହ ବିଧି ଅନୁସାରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇ ରଥଖଳାରୁ ସିଂହଦ୍ୱାରକୁ ଅଣାଯାଇଛି । ପରେ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଓ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଛି । ଅନ୍ୟପକ୍ଷରେ ନେତ୍ରୋତ୍ସବରେ ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନକରି ସୌଭାଗ୍ୟଲାଭ କରିଥିବାବେଳେ ଗୁରୁବାର ଉଭା ଯାତ୍ରାରେ ମଧ୍ୟ ଜନସାଧାରଣ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ତେବେ ଆସନ୍ତାକାଲି ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି ।

ଏନେଇ ଶୁକ୍ରବାର ସକାଳ ୬.ଟାରେ ମଙ୍ଗଳ ଆଳତି, ସକାଳ ୬.୧୦ମିନିଟ୍‌ରେ ମଇଲମ,  ୬.୩୦ମିନିଟ୍‌ରେ ତଡ଼ପ ଲାଗି, ୬.୩୦ମିନିଟ୍‌ରେ ରୋଷ ହୋମ, ୭ଟାରେ ଅବକାଶ, ୭.୧୦ରେ ସୂର୍ଯ୍ୟପୂଜା, ୭.୩୦ମିନିଟ୍‌ରେ ଦ୍ୱାରପାଳ ପୂଜା ଓ ବେଶ ଶେଷହେବ । ସେହିପରି ପୂର୍ବାହ୍ଣ ୮ଟାରୁ ୯ଟା ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ), ୯ଟାରେ ରଥ ପ୍ରତିଷ୍ଠା, ୯ଟା ୧୫ମିନିଟ୍‌ରେ ମଙ୍ଗଳାର୍ପଣ, ୯ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ମଧ୍ୟାହ୍ନ ୧୨.୩୦ମିନିଟ୍‌ରେ  ପହଣ୍ଡି ଶେଷହେବ । ଏହା ସହିତ ଅପରାହ୍ଣ୧ଟାରେ ଶ୍ରୀରାମ ଓ ଶ୍ରୀକୃଷ୍ଣ ବିଜେ ନୀତି, ୧ଟା ୩୦ମିନିଟ୍‌ରୁ ୨ଟା ମଧ୍ୟରେ ଚିତା ଲାଗି, ୧ଟା ୩୦ମିନିଟ୍‌ରୁ ୨.୩୦ଟା ମଧ୍ୟରେ ବେଶ ଶେଷହେବ । ଅପରାହ୍ଣ ୨ଟା ୩୦ରୁ ୩.୩୦ମିନିଟ୍ ମଧ୍ୟରେ ଛେରାପହଁରା ଏବଂ ୩ଟା ୩୦ମିନିଟ୍‌ରୁ ୪ଟା ମଧ୍ୟରେ ସାରଥି ଲାଗିବା ପରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking