30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଅଗଷ୍ଟ ସୁଦ୍ଧା ଆସିବ ଫାଇଜର ଓ ମଡର୍ଣ୍ଣା ଟିକାର ଡୋଜ

ଅଗଷ୍ଟ ସୁଦ୍ଧା ଆସିବ ଫାଇଜର ଓ ମଡର୍ଣ୍ଣା ଟିକାର ଡୋଜ

ନୂଆଦିଲ୍ଳୀ : କରୋନାର ତୃତୀୟ ଲହର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଟିକାକରଣକୁ ବେଶ୍‌ ଗୁରତ୍ୱାରୋପ କରିଛନ୍ତି । କୋଭିଡ୍‌-୧୯ ଟିକାକରଣକୁ ବିସ୍ତାର କରିବା ପାଇଁ ଦେଶରେ ଅଧିକରୁ ଅଧିକ ଟିକାର ଆବଶ୍ୟକତା ରହିଥିବା ବେଳେ ଆସନ୍ତା ଅଗଷ୍ଟ ସୁଦ୍ଧା କୋଭାକ୍ସ ସୁବିଧା ଦ୍ୱାରା ଦେଶକୁ ୩ ରୁ ୪ ମିଲିୟନ୍‌ ଡୋଜ୍‌ର ଫାଇଜର ଓ ମଡର୍ଣ୍ଣା ଟିକା ପ୍ରାପ୍ତ ହୋଇପାରେ ବୋଲି ସୂଚନା ରହିଛି। ରିପୋର୍ଟ ଅନୁସାରେ ଗାଭି ଟିକା ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ମିଳିତ ଭାବେ କୋଭାକ୍ସ ନେତୃତ୍ୱରେ ଚଳିତମାସ ଶେଷ ସୁଦ୍ଧା ଆମେରିକା ନିର୍ମିତ ଡୋଜକୁ ଭାରତ ପଠାଇବେ । ତେବେ ଏ ନେଇ ରିଉଟରସ ପକ୍ଷରୁ ଏହି ଦୁଇ ଔଷଧ କମ୍ପାନିକୁ ପଠାଯାଇଥିବା ମେଲ୍‌ର ଏଯାବତ୍‌ କୌଣସି ଉତ୍ତର ଆସିନାହିଁ । କେବଳ ସେତିକି ନୁହେଁ, ଗାଭି ଏବଂ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏ ନେଇ କୌଣସି ସ୍ପଷ୍ଟୀକରଣ ମିଳିପାରି ନାହିଁ । ଆପଣ ଜାଣିଥିବେ ନିଶ୍ଚୟ ଯେ ଟିକା ଉତ୍ପାଦନ କ୍ଷେତ୍ରରେ ଭାରତ ବେଶ୍‌ ଆଗୁଆ । ଦ୍ୱିତୀୟ ଲହର ପୂର୍ବରୁ ଭାରତ ପ୍ରାୟ ୬୬ ମିଲିୟନ୍‌ ଡୋଜ୍‌ ଟିକା ବିକ୍ରି ଓ ଦାନ କରିସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking