32.1 C
Bhubaneswar
Saturday, May 4, 2024
Homeଓଡିଶାପୁଣି ମହଙ୍ଗା ହେଲା ତୈଳ ଦର

ପୁଣି ମହଙ୍ଗା ହେଲା ତୈଳ ଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଘଟିଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକା ଓ ୟୁରୋପର ଅନେକ ଦେଶରେ କୋରୋନା ସଂକ୍ରମଣର ଟେନସନ ଦୂର ହେଉଛି । ସେଠାରେ, ଧୀରେ ଧୀରେ ସାଧାରଣ ଲୋକଙ୍କୁ ବୁଲିବାରେ ଅନୁମତି ମିଳିବାରେ ଲାଗିଛି । ସେଥିପାଇଁ ଅଶୋଧିତ ତୈଳର ଚାହିଦା ଆହୁରି ବଢିପାରେ ବୋଲି ମନେ କରାଯାଉଛି । ଯାହାର ପ୍ରଭାବ ମୂଲ୍ୟ ଉପରେ ଦୃଶ୍ୟମାନ ହେଉଛି । ଏହି କାରଣରୁ ଘରୋଇ ବଜାରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଦେଶର ଅନେକ ସହରରେ ପେଟ୍ରୋଲ ଦର ୧୦୦ ପାର କରିସାରିଛି । ଆଜି (ମଙ୍ଗଳବାର) ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି । ମଙ୍ଗଳବାର ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦର ରେ ବୃଦ୍ଧି ଘଟିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ତୈଳ ଦର ମଧ୍ୟ ବୃଦ୍ଧି ଘଟିଛି ।

ତୈଳ କମ୍ପାନୀଗୁଡିକ ମଙ୍ଗଳବାର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୨୭ ପଇସା, ୨୬ ପଇସା, ୨୫ ପଇସା, ୩୮ ପଇସା ଓ ୪୫ ପଇସା ବୃଦ୍ଧି କରିଛନ୍ତି । ସେହିପରି ଦିଲ୍ଲୀ, ମୁମ୍ବାଇ,  କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ଡିଜେଲର ମୂଲ୍ୟ ଯଥାକ୍ରମେ ୨୯ ପଇସା, ୩୦ ପଇସା, ୨୯ ପଇସା, ୪୧ ପଇସା ଏବଂ ୪୯ ପଇସା ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking