26.1 C
Bhubaneswar
Tuesday, May 7, 2024
Homeଓଡିଶାଆଜି ପୁଣି ୮୦ ପଇସା ବଢ଼ିଲା ପେଟ୍ରୋଲ୍‌ ଓ ଡିଜେଲ୍‌ ଦର

ଆଜି ପୁଣି ୮୦ ପଇସା ବଢ଼ିଲା ପେଟ୍ରୋଲ୍‌ ଓ ଡିଜେଲ୍‌ ଦର

ନୂଆଦିଲ୍ଲୀ: ଆଜି ମଧ୍ୟ ସମଗ୍ର ଦେଶରେ ପୁଣି ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଲିଟର୍‌ପିଛା ୮୦ ପଇସା ବୃଦ୍ଧି ପାଇଛି। ଏହାକୁ ମିଶାଇ ୨ ସପ୍ତାହରୁ କମ୍‌ ସମୟ (୧୩ଦିନ) ମଧ୍ୟରେ ଉପରୋକ୍ତ ଇନ୍ଧନ ମୂଲ୍ୟ ଲିଟର୍‌ପିଛା ୮ ଟଙ୍କା ବୃଦ୍ଧି ପାଇଛି। ସେହି ଅନୁସାରେ, ଆଜି ସକାଳ ୭.୨୬ରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ବରର ‘ହାଇୱେ ଡିଜେଲ୍‌ ସେଣ୍ଟର୍‌’ରେ ପେଟ୍ରୋଲ୍‌ ୮୬ ପଇସା ଓ ଡିଜେଲ୍‌ ୮୫ପଇସା ବୃଦ୍ଧି ପାଇ ଲିଟର୍‌ପିଛା ଯଥାକ୍ରମେ ଟ. ୧୧୫.୩୨ ଓ ଟ. ୧୧୦.୩୬ ରେ ବିକ୍ରୟ ହେଉଛି ବୋଲି ‘ଇଣ୍ଡିଆନ୍‌ ଅଏଲ୍‌’ ସୂଚନା ଦେଇଛି। ଆଜି ସକାଳ ୬ଟା ବେଳଠାରୁ ଦିଲ୍ଲୀରେ ଆଜି ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୩.୪୧ ଏବଂ ଡିଜେଲ୍‌ ଲିଟର୍‌ପିଛା ଟ. ୧୦୨.୬୧ରେ ବିକ୍ରୟ ହେଉଛି। ମୁମ୍ବାଇରେ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୧୮.୪୧ ଏବଂ ଡିଜେଲ୍‌ ଟ. ୧୦୨.୬୪ରେ ବିକ୍ରୟ ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking