36.1 C
Bhubaneswar
Tuesday, May 28, 2024
Homeଓଡିଶାଟିଟିଲାଗଡ଼ ସବୁଠୁ ଉତ୍ତପ୍ତ

ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା । ଅସ୍ୱାଭାବିକ ହେବାରେ ଲାଗିଛି ଜନଜୀବନ । ଘରୁ ବାହାରକୁ ବାହାରିବା ମୁସ୍କିଲ୍ ହୋଇପଡ଼ୁଛି । ଶନିବାର ରାଜ୍ୟର ୬ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୪୧.୬ ଡିଗ୍ରୀ ସହିତ ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଝାରସୁଗୁଡ଼ାରେ ତାପମାତ୍ରା ୪୦.୫ ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ରେ ୪୦.୫ଂ, ସୋନପୁରରେ ୪୦.୨ଂ, ବୌଦ୍ଧରେ ୪୦ଂ, ଭବାନୀପାଟଣାରେ ୩୯.୫ଂ, ଅନୁଗୋଳରେ ୩୯.୧ଂ, ବାରିପଦାରେ ୩୯ଂ, ଭୁବନେଶ୍ୱରରେ ୩୪.୯ଂ ଏବଂ କଟକରେ ୩୪.୫ଂ ତାପମାତ୍ରା ରେକର୍ଡ କରାଯାଇଛି । ତାପମାତ୍ରା ଆହୁରି ବଢ଼ିବାର ସମ୍ଭାବନା ରହିଛି । ଶୁକ୍ରବାର ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା । ଟିଟିଲାଗଡ଼ ସହରର ସର୍ବାଧିକ ତାପମାତ୍ରା ୪୩.୪ ଡିଗ୍ରୀ ସେଲସିୟସ ରହିଥିଲା । ସାଧାରଣତଃ ଏପ୍ରିଲ ମାସରେ ତାତିରେ ରେକର୍ଡ କରେ ଟିଟିଲାଗଡ଼ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking