32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗରାତିରେ ଶୋଉଛନ୍ତି, ଭୋରରେ ଲୁଟୁଛନ୍ତି!

ରାତିରେ ଶୋଉଛନ୍ତି, ଭୋରରେ ଲୁଟୁଛନ୍ତି!

ରାଉରକେଲା : ରାଉରକେଲା ସହର ସମେତ ସାରନଗରୀର ବିଭିନ୍ନ ଅଂଚଳରେ ଘୁରି ବୁଲୁଛନ୍ତି ଅନେକ ଅଜଣା ମଣିଷ! ଏମାନଙ୍କ ଠିକଣା ନାଁ ପ୍ରଶାସନ ପାଖରେ ଅଛି ନାଁ ପୁଲିସ ପାଖରେ । କରୋନା କାୟା ବିସ୍ତାର କରିବା ପରେ ଗତ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଯାଇଥିଲା ଲକଡାଉନ । ଲକଡାଉନ ଯୋଗୁ ଗଡ଼ି ନଥିଲା ଯାତ୍ରୀବାହୀ ବସ ଅବା ଟ୍ରେନ । ବିଭିନ୍ନ ରାଜ୍ୟରୁ ଟ୍ରେନ ମାଧ୍ୟମରେ ଆସିଥିବା କିଛି ଅଜଣା ବ୍ୟକ୍ତି ରାଉରକେଲାରେ ଓହ୍ଲାଇଥିବା ବେଳେ, ସେ ସମୟରେ ପ୍ରଶାସନ ତଥା ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ମାନଙ୍କ ପକ୍ଷରୁ ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଥିଲା । ସମୟ ଅତିବାହିତ ହେବା ପରେ ଏଭଳି କିଛି ଅଜଣା ବ୍ୟକ୍ତି ସହରର ଏଣେ ତେଣେ ଘୁରିବା ବର୍ତମାନ ସ୍ପଷ୍ଟ ଭାବେ ଲକ୍ଷ୍ୟ କରାଯାଉଛି । ଏଭଳି ବ୍ୟକ୍ତି ମାନେ ରାଉରକେଲା ମହାନଗର ନିଗମ ନିକଟ ବସଷ୍ଟପ, ରାଉରକେଲା ମ୍ୟୁନିସପାଲ କଲେଜ ନିକଟ ବସଷ୍ଟପ, ରାଉରକେଲା ମୁଖ୍ୟ ଡାକଘର ନିକଟ ବସଷ୍ଟପ, ସାରନଗରୀ ଫୁଡ଼ କୋର୍ଟ, ସୁଶୀଳାବତୀ କଲେଜ ପାଖ, ସେକ୍ଟର-୨ ବସଷ୍ଟପରେ ରାତ୍ରୀ ଯାପନ କରୁଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ମାନସିକ ଭାବେ ବିକୃତ ରହିଥିବା ବେଳେ, ଆଉ କେତେକ ଅସହାୟ, ବାସହୀନ ବୃଦ୍ଧ, ମଧ୍ୟବୟସ୍କ ଥିବା ଜଣାପଡ଼ିଛି । ମାତ୍ର ବିଳମ୍ବିତ ରାତ୍ରିରେ ଏମାନେ ଶୋଇଥିବା ସମୟରେ ଏମାନଙ୍କ ପାଖରେ ଆଶ୍ରୟ ନେଉଛନ୍ତି ବାହାର ରାଜ୍ୟର କିଛି ଅଜଣା ବ୍ୟକ୍ତି । ରାତି ଯାଏ ବସଷ୍ଟପରେ ଆଶ୍ରୟ ନେବା ବାହାନାରେ ଭୋର ହେବା ମାତ୍ରେ ସେଠାରୁ ପଳାୟନ କରି ଚୋରି ଉଦ୍ୟମ କରୁଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଖାଲିଥିବା କ୍ୱାର୍ଟର ଗୁଡ଼ିକୁ ଏଭଳି ଅଜଣା ବ୍ୟକ୍ତି ମାନେ ନିଜ ଟାର୍ଗେଟରେ ରଖି ନିଜ କଳା କାରନାମାକୁ ଅଂଜାମ ଦେଉଛନ୍ତି । ଏପରିସ୍ଥଳେ ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking