26.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗଜନ୍ମଦିନ ପାଳନ କଲେ “ଆକାଶ”

ଜନ୍ମଦିନ ପାଳନ କଲେ “ଆକାଶ”

ଯାଜପୁର, ୧୭/୦୯ : ଓଡିଆ ସିନେ ଜଗତର ହ୍ୟାଣ୍ଡସମ୍ ଅଭିନେତା, ପୂର୍ବତନ ବିଧାୟକ, ଓଡିଶା ସରକାରଙ୍କ “ମୋ କଲେଜ ଅଧ୍ୟକ୍ଷ” ଆକାଶ ଦାସନାୟକଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ । ପ୍ରତିବର୍ଷ ଏହି ଦିନ ଆକାଶ ଦାସନାୟକ ତାଙ୍କର ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଆସୁଥିଲେ । ସେ ଅନାଥ ଆଶ୍ରମ, ସେବାଶ୍ରମ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପ୍ରତିବର୍ଷ ଜନ୍ମଦିନ ପାଳନ କରିଆସୁଥିଲେ । କୋଭିଡ୍‌-୧୯ ପାଇଁ ଏ ବର୍ଷ ସେ ତାଙ୍କ ଜନ୍ମଦିନକୁ ସମଦୂରତ୍ୱ ରକ୍ଷା କରିବା ପାଇଁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଏ ବର୍ଷ ସେ ଭିଡିଓ କଲ୍ ମାଧ୍ୟମରେ “ଆଶା କିରଣ” ବୃଦ୍ଧାଶ୍ରମର ଅନ୍ତେବାସୀ ଏବଂ “ଦିବ୍ୟ ଜ୍ୟୋତି” ସେବାଶ୍ରମର ପିଲାମାନଙ୍କ ସହିତ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀମାନେ ଆକାଶଙ୍କୁ ତାଙ୍କ ଜନ୍ମଦିନ ଉପଲକ୍ଷେ ଭିଡିଓ କଲ୍ ମାଧ୍ୟମରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ତାଙ୍କ ଦୀର୍ଘଜୀବନ ପାଇଁ ଠାକୁରଙ୍କ ପାଖରେ ଶୁଭ ମନାସୀ ଥିଲେ ଏବଂ କେକ୍ କାଟି ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ । ସେହିପରି ଦିବ୍ୟ ଜ୍ୟୋତି ସେବାଶ୍ରମର ପିଲାମାନେ ଆକାଶଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ଏବଂ କୋଭିଡ୍ ପରେ ତାଙ୍କୁ ଦେଖାକରିବା ପାଇଁ ଅନୁରୋଧ କରିଛନ୍ତି । ସେମାନେ ନାଚଗୀତ ମାଧ୍ୟମରେ ଆକାଶଙ୍କୁ ଜନ୍ମଦିନର ଭେଟି ଦେଇଛନ୍ତି । ଆକାଶ ମଧ୍ୟ ଭିଡିଓ କଲ୍ ମାଧ୍ୟମରେ ସେମାନଙ୍କ ସହିତ ଗୀତ ଗାଇ ଜନ୍ମଦିନ ପାଳନ କରିଛନ୍ତି । ଆକାଶ ବୃଦ୍ଧାଶ୍ରମର ଅନ୍ତେବାସୀ ଓ ସେବାଶ୍ରମ ପିଲାମାନଙ୍କ ସହିତ ଭିଡିଓ କଲ୍ ମାଧ୍ୟମରେ ଖୁସି ବାଂଟିଥିଲେ । ସେ କହିଥିଲେ “ଖୁସି ବାଂଟିଲେ ଖୁସି ବଢେ” । ଆକାଶଙ୍କର ସିନେ ପ୍ରଶସଂକ, ରାଜନୈତିକ ପ୍ରଶସଂକ, ବୁଦ୍ଧିଜୀବି ମହଲରୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି । ଅନେକ ବିଶିଷ୍ଟ ବ୍ୟକ୍ତି ଆକାଶଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଆକାଶ ମଧ୍ୟ ତାଙ୍କ ଜନ୍ମଦିନରେ ସମସ୍ତଙ୍କୁ ବାର୍ତା ଦେଇ ଅନୁରୋଧ କରିଛନ୍ତି ଯେ,ସମସ୍ତେ ଘରେ ରୁହନ୍ତୁ, ମାସ୍କ୍ ବ୍ୟବହାର କରନ୍ତୁ, ସମଦୂରତ୍ୱ ରକ୍ଷା କରନ୍ତୁ, ଜରୁରୀ କାମ ଥିଲେ ବାହାରକୁ ବାହାରନ୍ତୁ, କୋଭିଡରୁ ରକ୍ଷା ପାଆନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking