29.1 C
Bhubaneswar
Saturday, April 27, 2024
Homeଓଡିଶାପାତରଅନ୍ତର ଛାଡ କହିଲେ ଅପରାଜିତା ଷଡ଼ଙ୍ଗୀ

ପାତରଅନ୍ତର ଛାଡ କହିଲେ ଅପରାଜିତା ଷଡ଼ଙ୍ଗୀ

ବାଲେଶ୍ୱର :ବାଲେଶ୍ୱରରେ ଜୋରଦାର ଧରିଛି ନିର୍ବାଚନର ମାହୋଲ । ଲୋକେ ମାନୁ ନାହାନ୍ତି କୋଭିଡ ନିୟମ । ଏନେଇ ବାଲେଶ୍ୱରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସାସଂଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି ,ନିର୍ବାଚନ ପ୍ରଚାର ପାଇଁ ଶହ ଶହ ସମର୍ଥକ ଏକାଠି ହେଉଛନ୍ତି ଏବଂ କୋଭିଡ୍ ନିୟମକୁ ଅବମାନନା କରୁଛନ୍ତି । କିନ୍ତୁ ବିଜେପି ବା ସାଧାରଣ ଲୋକ କୋଭିଡ ନିୟମ ଭାଙ୍ଗିଲେ ସେମାନଙ୍କୁ ଦଣ୍ଡ ଦିଆଯାଉଛି । କିନ୍ତୁ ବିଜେଡି ନେତା କୋଭିଡ ନିୟମ ଭାଙ୍ଗିଲେ ସେମାନଙ୍କୁ ଖୋଲମ ଖୋଲା ଛାଡ଼ି ଦିଆଯାଉଛି । ନିକଟରେ ରବୀନ୍ଦ୍ର ଜେନା ଟିକେଟ୍ ନ ପାଇବାରୁ ଶହ ଶହ ସମର୍ଥକ ଏକାଠି କରି କୋଭିଡ୍ ନିୟମ ଭାଙ୍ଗିଲେ । ବିଜେଡି ନେତାଙ୍କ କୋଭିଡ୍ ନିୟମ ଭଙ୍ଗ ଡ଼େଇ ୨୧ ଟି ଫଟୋ ଓ ଭିଡିଓ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏଭଳି ପାତରଅନ୍ତର କ’ଣ ପାଇଁ ହେଉଛି ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ବାଲେଶ୍ୱର ରାଜ୍ୟ ସରକାଙ୍କ ଉପରେ ଖୁବ୍ ବର୍ଷିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking