39.1 C
Bhubaneswar
Friday, April 26, 2024
Homeଓଡିଶାଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ, ଉତ୍ତେଜନା

ଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ, ଉତ୍ତେଜନା

ପାରଳାଖେମୁଣ୍ଡ: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି । ପୁଲିସ ମାମଲା ରୁଜୁ କରିଛି । ଅଭିଯୋଗରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୧ଟା ବେଳେ ପାରଳାଖେମୁଣ୍ଡି ସହରର ନାଇଡୁସାହିର ନାକ୍କା ଲକ୍ଷ୍ମଣ ରାଓଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେତେବେଳେ ଡାକ୍ତରଖାନାରେ ଅସ୍ତିଶଲ୍ୟ ବିଶେଷଜ୍ଞ ଡାକ୍ତର ଶାନ୍ତନୁ କୁମାର ପାଢୀ ଡ୍ୟୁଟିରେ ଥିଲେ । ଲକ୍ଷ୍ମଣଙ୍କୁ ଆଡ୍‌ମିଶନ କରାଇ ଔଷଧପତ୍ର ଦେଇ ଚାଲିଯାଇଥିଲେ । ତେବେ ଲକ୍ଷ୍ମଣଙ୍କ ପେଟ ବ୍ୟଥା କମି ନଥିବାରୁ ତାଙ୍କ ପୁତୁରା ନାକ୍କା ଚିନ୍ନା ରାଓ ପୁଣି ଡାକ୍ତର ଶାନ୍ତନୁ ପାଢୀଙ୍କୁ ଡାକିବା ପାଇଁ ଯାଇଥିଲେ ମଧ୍ୟ ଡାକ୍ତର ଜଣକ ଖାମଖିଆଲି ମନୋଭାବ କରି ଔଷଧକୁ ଜଣେ ଜଗୁଆଳି ତଥା ସିକ୍ୟୁରିଟି ଗାର୍ଡ ହାତରେ ପଠାଇ ଦେଇ ନିଜ ବିଶ୍ରାମକକ୍ଷକୁ ଚାଲିଯାଇଥିଲେ । ପେଟ ସେମିତି ହିଁ ଯନ୍ତ୍ରଣା ହେବ ଏହି ଔଷଧ ଦେଇଦିଅ ପରେ ଆପେ ଭଲ ହୋଇଯିବ ବୋଲି ଡାକ୍ତର ଶ୍ରୀ ପାଢ଼ୀ କହିଥିଲେ । ଔଷଧ ଖାଇଥିଲେ ମଧ୍ୟ ଲକ୍ଷ୍ମଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ଆସିନଥିଲା ।

ପୁଣି ତାଙ୍କ ପୁତୁରା ଚିନ୍ନା ରାଓ ଡାକ୍ତରଙ୍କ ବିଶ୍ରାମକକ୍ଷକୁ ଡାକିବାକୁ ଯାଇଥିଲେ । ସେତେବେଳେ ଡାକ୍ତର ଜଣକ ନିଜ କକ୍ଷର କବାଟ ଖୋଲିଲେ ନାହିଁ କି କୌଣସି ଉତ୍ତର ଦେଲେନାହିଁ । ଏପରି ଚିନ୍ନା ବାରମ୍ବାର ଡାକ୍ତରଙ୍କ କକ୍ଷକୁ ଯାଇ କବାଟ ବାଡେଇ ଡାକ ଛାଡିଥିବାର ଜଣାଇଛନ୍ତି । ଲକ୍ଷ୍ମଣ ପେଟ ବ୍ୟଥାର ଯନ୍ତ୍ରଣା ସହ୍ୟ କରିନପାରି ଚିତ୍କାର କରିଥିଲେ ମଧ୍ୟ ଡାକ୍ତରଖାନାର କେହିବି ଶୁଣିଲେ ନାହିଁ ବୋଲି ଅଭିଯୋଗ ହୋଇଛି । ସକାଳ ସକାଳ ୭ଟାରେ ଲକ୍ଷ୍ମଣଙ୍କ ମୃତ୍ୟୁ ଘଟିଥିଲା । ପରେ ନାଇଡୁସାହି ବାସିନ୍ଦାଙ୍କ ସମେତ ଅଞ୍ଚଳର ଶତାଧିକ ଲୋକେ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ପଶି ଡାକ୍ତର ଶାନ୍ତନୁ ପାଢୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅଡ଼ି ବସିବା ସହ ଧାରଣା ଦେଇଥିଲେ ।

ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସମେତ ଏସ୍‌ଆଇ ବିନାୟକ ମନ୍ତ୍ରୀ ପ୍ରମୁଖ ସଦଳବଳେ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପରିସ୍ଥିତି ଶାନ୍ତ ପଡିନଥିଲା । ଶେଷରେ ପାରଳାଖେମୁଣ୍ଡି ଏସ୍‌ଡିପିଓ ରାମକୃଷ୍ଣ ପତି, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ପ୍ରମୁଖ ପହଞ୍ôଚô ଉତ୍ତେଜିତ ଲୋକଙ୍କୁ ବହୁ ବୁଝାସୁଝା କରିବା ସହ ସେମାନଙ୍କ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ  ଶବ ବ୍ୟବଚ୍ଛେଦ କରାଯାଇଥିଲା । ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି କରିଥିବା ଥାନା ଅଧିକାରୀ ଶ୍ରୀସ୍ୱାଇଁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking