27.1 C
Bhubaneswar
Tuesday, May 7, 2024
Homeଖେଳକଡ଼ା କ୍ୱାରେଣ୍ଟାଇନ୍ ନିୟମ ବାଧକ : ଆଶେସ୍ ସିରିଜ୍‌ରୁ ଓହରିବେ ବହୁ ଇଂଲିଶ ଖେଳାଳି !

କଡ଼ା କ୍ୱାରେଣ୍ଟାଇନ୍ ନିୟମ ବାଧକ : ଆଶେସ୍ ସିରିଜ୍‌ରୁ ଓହରିବେ ବହୁ ଇଂଲିଶ ଖେଳାଳି !

ସିଡ୍‌ନୀ: ଅଷ୍ଟ୍ରେଲିଆରେ କଡ଼ା କ୍ୱାରେଣ୍ଟାଇନ୍ ନିୟମ ଯୋର୍ଗୁ ଇଂଲଣ୍ଡର କେତେକ ଖେଳାଳି ଆଗାମୀ ଆଶେସ୍ ସିରିଜ୍‌ରୁ ଓହରିଯାଇ ପାରନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ଖେଳାଳି ନିଜ ପରିବାରକୁ ସାଥୀରେ ନେବାକୁ ଚାହୁଁଛନ୍ତି ଏବଂ ଏଥିରେ କୌଣସି ସାଲିସ୍ କରିବା ମୁଡ୍‌ରେ ନାହାନ୍ତି । “ସିଡ୍‌ନୀ ମର୍ଣ୍ଣିଂ ହେରାଲ୍ଡ’ର ଏକ ରିପୋର୍ଟ ଅନୁସାରେ, ଇଂଲଣ୍ଡର କେତେକ ଖେଳାଳି ଏହି ପ୍ରସଙ୍ଗରେ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଉପରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ସେମାନଙ୍କ ଦାବି ପୂରଣ ନହେଲେ ଗସ୍ତରୁ ଓହରିଯିବା ସମ୍ପର୍କରେ ଚିନ୍ତା କରୁଛନ୍ତି । ରିପୋର୍ଟ ଅନୁସାରେ ଚଳିତ ସପ୍ତାହରେ ହେଡିଂଲେରେ ଇଂଲଣ୍ଡ ଟିମ୍‌ର ଏକ ବୈଠକରେ ଅଷ୍ଟ୍ରେଲିଆ କ୍ୱାରେଣ୍ଟାଇନ୍ ନିୟମରେ କୌଣସି କୋହଳ କରିନଥିବାରୁ ନିରଶା ଭାଗ ପ୍ରଦର୍ଶନ କରିଥିଲେ । ଅଷ୍ଟ୍ରେଲିଆରେ କଡ଼ା କୋଭିଡ୍‌-୧୯ କ୍ୱାରେଣ୍ଟାଇନ୍ ନିୟମ ଲାଗୁ କରାଯାଇଛି ।

ଏପରିକି  ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶ ଗସ୍ତରୁ ଫେରିବା ପରେ ଅଷ୍ଟ୍ରେଲୀୟ କ୍ରିକେଟର୍‌ଙ୍କୁ ଆଡିଲେଡ୍‌ର ଏକ ହୋଟେଲ୍‌ରେ ଦୁଇ ସପ୍ତାହର କ୍ୱାରେଣ୍ଟାଇନ୍ ପୂରା କରିବାକୁ ପଡ଼ିଥିଲା । ଏହାଛଡ଼ା ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ମଧ୍ୟ ଟ୍ରେନିଂ ଅନୁମତି ଦିଆଯାଇ ନାହିଁ । ଏଥିରୁ ଯାହା ଜଣାପଡ଼ୁଛି, ସେଠାକାର ସରକାରଙ୍କ ଉପରେ ସିଏର ପର୍ଯ୍ୟାପ୍ତ ପ୍ରଭାବ ନାହିଁ । ଏହାଛଡ଼ା ଦେଶର ଭିନ୍ନ ଭିନ୍ନ ରାଜ୍ୟ ଖୁବ୍ କମ୍ ସମୟର ସୂଚନା ସହ ସହରକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିପାରିବେ । ଏ ପ୍ରକାର ନିୟମ ଫଳରେ ଇସିବି ପକ୍ଷରୁ ପୂର୍ବରୁ ଖେଳାଳିଙ୍କ ପାଇଁ କରାଯାଇଥିବା ସମସ୍ତ ବୁଝାମଣାରେ ବାଧା ସୃଷ୍ଟି ହୋଇପାରେ ।

ଏହାର ସମାଧାନ ପାଇଁ ସରକାର ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ମିଳିତ ଭାବେ କାର୍ଯ୍ୟ କରୁଥିବା ଶନିବାର ସିଏ ପକ୍ଷରୁ କୁହାଯାଇଛି । ସିଏ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି, “ଆଗାମୀ ଆଶେସ୍ ସିରିଜ୍ ସମ୍ବନ୍ଧରେ କ୍ରିକେଟ୍ ଅଷ୍ଟ୍ରେଲିଆ ଇସିବି ଏବଂ ଅଷ୍ଟ୍ରେଲିଆର ସରକାରୀ ଅଧିକାରୀଙ୍କ ସହିତ ମିଳିତ ଭାବେ କାର୍ଯ୍ୟ ଜାରି ରଖିଛି ।’ ଏଥିରେ ଆହୁରି କୁହାଯାଇଛି । ଏହି ଗସ୍ତର ପରିଚାଳନା ପାଇଁ ଆବଶ୍ୟକ ଯୋଜନା ପ୍ରସ୍ତୁତ ସହ ଏହି ପ୍ରସଙ୍ଗରେ ଇସିବି ସହିତ କାମ ଜାରି ରହିଛି ।  ଗତ ସିଜନ୍ ପରି ସ୍ୱାସ୍ଥ୍ୟ ଓ ସୁରକ୍ଷା ସୁନିଶ୍ଚିତ କରିବା ସହ କ୍ରିକେଟ୍ ଆୟୋଜନକୁ ନେଇ ସରକାରଙ୍କ ସହଯୋଗୀ ଭାବେ କାମ କରିବୁ । ଉଭୟ ଦେଶ ମଧ୍ୟରେ ୫ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ଆଶେସ୍ ସିରିଜ୍‌ର ଆୟୋଜନ ଡିସେମ୍ବର ୮ରୁ ୨୦୨୨ ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking