37.1 C
Bhubaneswar
Thursday, March 28, 2024
Homeଓଡିଶାଦୁବାଇରେ ଚାକିରି କରିବାର ମୋହ : ୮ଜଣଙ୍କଠୁ ୫ ଲକ୍ଷ ଠକିନେଲେ ସାଇବର୍ ଦଲାଲ୍‌

ଦୁବାଇରେ ଚାକିରି କରିବାର ମୋହ : ୮ଜଣଙ୍କଠୁ ୫ ଲକ୍ଷ ଠକିନେଲେ ସାଇବର୍ ଦଲାଲ୍‌

ଗଞ୍ଜାମ : ଦୁବାଇରେ ଚାକିରି କରିବା ମୋହରେ ପଡି ଏହି ଦିଗପହଣ୍ଡି ଥାନା ଅନ୍ତର୍ଗତ ଝରିପଦର ଗ୍ରାମର ୮ ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର୍ ଦଲାଲ୍ । ସେମାନେ ଠକାମିର ଶିକାର ହୋଇଥିବା ଜାଣିବା ପରେ କୌଣସି ଉପାୟ ନପାଇ ଦିଗପହଣ୍ଡି ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି । ଘଟଣା ସାଇବର୍ ସଂକ୍ରାନ୍ତିୟ ମାମଲା ହୋଇଥିବାରୁ ଅଭିଯୋଗକାରୀଙ୍କୁ ସମ୍ପୃକ୍ତ ଥାନାରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଠକାମୀରେ ଶିକାର ହୋଇଥିବା ଯୁବକମାନେ ହେଲେ ଝରିପଦର ଗ୍ରାମର ରଞ୍ଜନ କୁମାର ଗୌଡ଼, ଆର୍‌.ଗଙ୍ଗା ରେଡ୍ଡୀ, ବିନୋଦ ଚନ୍ଦ୍ର ଗୌଡ଼, କେଦାର ନାଥ ଗୌଡ଼, ରବିନ୍ଦ୍ର ବେହେରା, ଏ.କାଳିଆ ରେଡ୍ଡୀ, ଆର୍‌.ପିଣ୍ଟୁ ରେଡ୍ଡୀ ଓ କୃଷ୍ଣଚନ୍ଦ୍ର ଗୌଡ଼ । ଏମାନଙ୍କ ଅଭିଯୋଗ ପ୍ରକାରେ ଗତ ୨୫ ତାରିଖରେ ମୋବାଇଲ୍ ନମ୍ବର ୯୭୧୫୪୨୩୮୭୩୦୫୬ ଓ ୯୭୧୫୦୨୯୧୫୭୨୫ରୁ ଦୁବାଇରୁ ଗ୍ରାମର କେଦାରନାଥ ଗୌଡଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା ।

ପୂର୍ବରୁ ଜୁଲାଇ ୧୪ ତାରିଖରେ ମଧ୍ୟ ତାଙ୍କ ମୋବାଇଲ୍‌କୁ ଏକ ମେସେଜ୍ ଆସିଥିଲା । ମେସେଜ୍‌ରେ ଚାକିରି ଦେବାର ସୂଚନା ଥିଲା । ମାସକୁ ଦରମା ୩୩ ହଜାର ୫୦୦ ଟଙ୍କା ମିଳିବା ସହ ବିଶ୍ୱାସ ଜନ୍ମେଇଲା ଭଳି ସମ୍ପୃକ୍ତ କମ୍ପାନୀର ଆଇଡି ପ୍ରମାଣ, ଠିକଣା ଓ ଆଧାରକାର୍ଡ ହ୍ୱାଟ୍ସଆପ୍ ଆକାଉଣ୍ଟରେ ପଠାଯାଇଥିଲା । ଏହି ଘଟଣା ଗ୍ରାମର ଅନ୍ୟ ଭାଇମାନଙ୍କୁ ଜଣେଇଦେବା ପାଇଁ ଫୋନ୍ ମାଧ୍ୟମରେ କହିଥିଲେ । ଏହି ଲୋଭରେ ପଡିଗଲେ ଗ୍ରାମର ଆଠଜଣ ଯୁବକ ।

ପାସ୍‌ପୋର୍ଟ, ଭିସା, ନିଯୁକ୍ତିପତ୍ର, ବୀମାକରଣ, ଇ-ମାଇଗ୍ରେସନ୍ ସାର୍ଟିଫିକେଟ୍‌, ଆଙ୍ଗୁଠି ଛାପ, ଫ୍ଲାଇଟ୍ ଟିକେଟ, ଦୁବାଇରେ ପହଞ୍ଚିଲେ ସଙ୍ଗରୋଧ କେନ୍ଦ୍ରରେ ରହିବା ଖର୍ଚ୍ଚ ଏଭଳି ବାବଦରେ ଭିନ୍ନ ଭିନ୍ନ ସମୟରେ ଫୋନ୍‌କରି ଦଲାଲ୍‌ମାନେ ଏମାନଙ୍କ ଠାରୁ ୫ ଲକ୍ଷ ଟଙ୍କା ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆକାଉଣ୍ଟ ନମ୍ବର ୩୮୪୪୦୯୧୭୪୭ ଯୋଗେ ପଠାଇଥିଲେ । ଏସବୁ ଟଙ୍କା ପଠାଇବା ପରେ ଏହି ଆଠଜଣଙ୍କ ମଧ୍ୟରୁ ଚାରି ଜଣଙ୍କ ନାମରେ ଭିସାକାର୍ଡ, ଫ୍ଲାଇଟ୍ ଟିକେଟ୍ ଆସିଥିବା ବେଳେ ଅନ୍ୟ ୪ଜଣ ଭୁବନେଶ୍ୱର ଏୟାର୍‌ପୋର୍ଟରେ ପହଞ୍ଚିଲା ପରେ ପଠାଯିବ ବୋଲି କୁହାଯାଇଥିଲା । ସେ ଅନୁସାରେ ଗତ ଗତ ୨୫ତାରିଖରେ ଭୁବନେଶ୍ୱର ଏୟାର୍‌ପୋର୍ଟରେ ପହଞ୍ôଚଲା ପରେ ଏସବୁ ନକଲି ବୋଲି ଏମାନଙ୍କୁ ଜେରା କରୁଥିବା ପୋଲିସ୍ ଜାଣିପାରିଲା । ପରେ ଏମାନଙ୍କ ହୋସ୍ ଉଡ଼ିଯାଇଥିଲା । ସେମାନେ ଆଜି ଦିଗପହଣ୍ଡି ଥାନାକୁ ଆସି ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking