28.9 C
Bhubaneswar
Sunday, May 5, 2024
Homeଦେଶ ବିଦେଶପରମବୀର ସିଂହଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

ପରମବୀର ସିଂହଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

ମୁମ୍ବାଇ: ମହାରାଷ୍ଟ୍ର ସରକାର ପୂର୍ବତନ ମୁମ୍ବାଇ ପୁଲିସ କମିଶନର୍ ପରମବୀର ସିଂହଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ହଟାଇ ଦେଇଛନ୍ତି । ଏହା ସହିତ ରାଜ୍ୟ ସରକାର ୨୦୨୧ ଡିସେମ୍ବରରେ ଜାରି ପରମବୀରଙ୍କ ନିଲମ୍ବନ ଆଦେଶକୁ ମଧ୍ୟ ପ୍ରତ୍ୟାହୃତ କରିନେଇଛନ୍ତି ।

ସେହିପରି ତାଙ୍କ ନିଲମ୍ବନ ସମୟକୁ ସରକାରୀ ଅନ୍‌-ଡ୍ୟୁଟି ଭାବେ ସ୍ୱୀକୃତି ଦେଇଛନ୍ତି । ୨୦୨୧ ମାର୍ଚ୍ଚର ଆଣ୍ଟିଲିଆ ବୋମା କେସ୍ ପରେ ପରମବୀର ସିଂହଙ୍କ କମିଶନର୍ ପଦରୁ ହଟାଇ ଦିଆଯାଇଥିଲା । ତଦନ୍ତ ସମୟରେ ସେ ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ୍ ଦେଶମୁଖଙ୍କ ବିରୋଧରେ ଅବୈଧ ଚାନ୍ଦା ଆଦାୟ ଏବଂ ଭ୍ରଷ୍ଟାଚାର ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking