34.1 C
Bhubaneswar
Thursday, April 25, 2024
Homeଦୁର୍ଗାପୂଜାଗାର୍ଲଫ୍ରେଣ୍ଡ୍‌ଙ୍କୁ କକ୍‌ପିଟ୍‌କୁ ନେବା ପ୍ରସଙ୍ଗ; ପାଇଲଟ୍‌ଙ୍କ ଲାଇସେନ୍ସ ୩ ମାସ ସସ୍‌ପେଣ୍ଡ୍‌: ଏୟାର୍ ଇଣ୍ଡିଆକୁ ୩୦...

ଗାର୍ଲଫ୍ରେଣ୍ଡ୍‌ଙ୍କୁ କକ୍‌ପିଟ୍‌କୁ ନେବା ପ୍ରସଙ୍ଗ; ପାଇଲଟ୍‌ଙ୍କ ଲାଇସେନ୍ସ ୩ ମାସ ସସ୍‌ପେଣ୍ଡ୍‌: ଏୟାର୍ ଇଣ୍ଡିଆକୁ ୩୦ ଲକ୍ଷ ଜୋରିମାନା

ନୂଆଦିଲ୍ଲୀ : ଗାର୍ଲଫ୍ରେଣ୍ଡ୍‌ଙ୍କୁ କକ୍‌ପିଟ୍‌କୁ ଡକାଇବା ମାମଲାରେ ଡିଜିସିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଡିଜିସିଏ ସମ୍ପୃକ୍ତ ପାଇଲଟ୍‌ଙ୍କ ଲାଇସେନ୍ସ ତିନି ମାସ ପାଇଁ ସସ୍‌ପେଣ୍ଡ୍ କରିଛି । ଏହା ସହିତ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଟଙ୍କା ଜୋରିମାନା କରିଛି ।

ପାଇଲଟ୍‌ଙ୍କୁ ରୋକି ନଥିବାରୁ ଡିଜିସିଏ ବିମାନର ମୋ-ପାଇଲଟ୍‌ଙ୍କୁ ୱାର୍ଣ୍ଣିଂ ମଧ୍ୟ ଦେଇଛି । ସେହିପରି ବିମାନର କ୍ରୁ ମେମ୍ବରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିସିଏ ଏୟାର ଇଣ୍ଡିଆକୁ କହିଛି । ଏ ସମ୍ପର୍କରେ ବିମାନର ଜଣେ କ୍ରୁ ମେମ୍ବର ଫେବୃଆରୀ ୨୭ ତାରିଖରେ ଡିଜିସିଏରେ ଅଭିଯୋଗ କରିଥିଲେ । ଡିଜିସିଏ ମାର୍ଚ୍ଚ ୩ ତାରିଖରେ ଏକ କମିଟି ଗଠନ କରି ଏହାର ଯାଞ୍ଚ୍ ଆରମ୍ଭ କରିଥିଲା । ଅଭିଯୋଗ ଅନୁସାରେ ଦୁବାଇରୁ ଦିଲ୍ଲୀ ଆସୁଥିବା ଏୟାର୍ ଇଣ୍ଡିଆ ବିମାନ (ନଂ.ଏଆଇ-୯୧୫)ର ପାଇଲଟ୍ ନିଜ ଗାର୍ଲଫ୍ରେଣ୍ଡ୍‌ଙ୍କୁ କକ୍‌ପିଟ୍‌କୁ ନେଇଥିଲେ ଏବଂ ଦୁହେଁ ସେଠାରେ ଏକଘଣ୍ଟା ପର୍ଯ୍ୟନ୍ତ ରହିଥିଲେ ।

ତାଙ୍କ ପାଇଁ ତକିଆ ଆଣିବା ଏବଂ ମଦ ପରସିବା ପାଇଁ ପାଇଲଟ୍ କ୍ରୁ ମେମ୍ବରଙ୍କୁ କହିଥିଲେ । କ୍ରୁ ମେମ୍ବର କକ୍‌ପିଟ୍‌ରେ ମଦ ପରସିବାକୁ ମନା କରିବାରୁ ପାଇଲଟ୍ ରାଗିଯିବା ସହିତ ତାଙ୍କ ସହିତ ଅଭଦ୍ରାମୀ କରିଥିଲେ । ମିଡିଆ ରିପୋର୍ଟ ଅନୁସାରେ ଏୟାରଲାଇନ୍ ଏହି ମାମଲାରେ ମୁହଁ ନଖୋଲିବାକୁ ନିଜ କର୍ମଚାରୀମାନଙ୍କୁ କହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking