29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଦ କେରଳ ଷ୍ଟୋରୀ ବ୍ୟାନ୍ ପ୍ରସଙ୍ଗ; ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ସରକାରଙ୍କୁ ସୁପ୍ରିମ୍‌କୋର୍ଟ ନୋଟିସ୍

ଦ କେରଳ ଷ୍ଟୋରୀ ବ୍ୟାନ୍ ପ୍ରସଙ୍ଗ; ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ସରକାରଙ୍କୁ ସୁପ୍ରିମ୍‌କୋର୍ଟ ନୋଟିସ୍

ନୂଆଦିଲ୍ଲୀ: ‘ଦ କେରଳ ଷ୍ଟୋରୀ’ ଫିଲ୍ମ ପ୍ରଦର୍ଶନ କରାନଯିବାକୁ ନେଇ ସୁପ୍ରିମ୍‌କୋର୍ଟ ଶୁକ୍ରବାର ପଶ୍ଚିମବ୍‌ଗ ଓ ତାମିଲନାଡ଼ୁ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । କୋର୍ଟ ପ୍ରଶ୍ନ କରିଛନ୍ତି, ସାରା ଦେଶରେ ଫିଲ୍ମ ଚାଲିଥିବା ବେଳେ ଦୁଇ ରାଜ୍ୟରେ ଏହାକୁ ନେଇ କ’ଣ ଅସୁବିଧା ରହିଛି । ପଶ୍ଚିମବଙ୍ଗ ସରକାର ମେ ୮ ତାରିଖରେ ରାଜ୍ୟରେ ଫିଲ୍ମର ପ୍ରଦର୍ଶନକୁ ବ୍ୟାନ୍ କରିଥିବା ବେଳେ ତାମିଲନାଡ଼ୁରେ ଥିଏଟର ଅପରେଟର୍ ଫିଲ୍ମର ପ୍ରଦର୍ଶନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବ୍ୟାନ୍ ବିରୋଧରେ ଫିଲ୍ମର ନିର୍ମାତା ସୁପ୍ରିମ୍‌କୋର୍ଟରେ ପିଟିସନ୍ ଦାଖଲ କରିଥିଲେ । ଏହାର ଶୁଣାଣି କରି କୋର୍ଟ କହିଛନ୍ତି, ଦୁଇ ରାଜ୍ୟର ଭୌଗୋଳିକ ସ୍ଥିତି ଅନ୍ୟ ରାଜ୍ୟ ସହିତ ସମାନ ଥିବାବେଳେ ଫିଲ୍ମକୁ କାହିଁକି ପ୍ରଦର୍ଶିତ କରିବାକୁ ଦିଆଯାଉ ନାହିଁ । ଏହା କଳାର ସ୍ୱାଧୀନତା ମାମଲା । ଦର୍ଶକ ଫିଲ୍ମ ଦେଖିବାକୁ ଚାହୁଁଛନ୍ତି କି ନାହିଁ ତାହା ସେମାନଙ୍କ ଉପରେ ଛାଡ଼ି ଦିଆଯିବା ଉଚିତ । କୋର୍ଟରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ନିଯୁକ୍ତ ଆଡ୍‌ଭୋକେଟ୍ ଅଭିଷେକ ମନୁ ସିଙ୍ଘଭୀ କହିଥିଲେ ଯେ ରାଜ୍ୟରେ ଫିଲ୍ମର ସ୍କ୍ରିନିଂ କରାଗଲେ ଆଇନଶୃଙ୍ଖଳାକୁ ନେଇ ସମସ୍ୟା ଦେଖାଦେଇପାରେ ବୋଲି ରାଜ୍ୟ ଇଣ୍ଟେଲିଜେନ୍ସ ପକ୍ଷରୁ ରିପୋର୍ଟ ମିଳିଥିଲା ।

ଏହା ଉପରେ କୋର୍ଟ ପ୍ରତିକ୍ରିୟା ଦେଇ କହିଥିଲେ, ପଶ୍ଚିମବଙ୍ଗ ଦେଶରୁ ଅଲଗା ନୁହେଁ । ସେହିପରି ତାମିଲନାଡ଼ୁରେ ଆଇନଶୃଙ୍ଖଳା ବଜାୟ ରଖିବାକୁ ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ ତାମିଲନାଡ଼ୁ ସରକାରଙ୍କ ଆଡିସ୍‌ନାଲ୍ ଆଡ୍‌ଭୋକେଟ୍ ଜେନେରାଲ୍ ଅମିତ ଆନନ୍ଦ ତିୱାରୀଙ୍କୁ ପ୍ରଶ୍ନ କରିଥିଲେ । ଥିଏଟରକୁ ସୁରକ୍ଷା ଦେବା ଏବଂ ଆଇନଶୃଙ୍ଖଳା ବଜାୟ ରଖିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ସିଜେଆଇ କହିଛନ୍ତି । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ପିଏସ୍ ନରସିହ୍ମାଙ୍କ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ବୁଧବାର କରିବାକୁ ସ୍ଥିର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking