32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗରାଜଧାନୀରେ ଲାଗୁ ହେଲା ବର୍ଦ୍ଧିତ ପାର୍କିଂ ଫି

ରାଜଧାନୀରେ ଲାଗୁ ହେଲା ବର୍ଦ୍ଧିତ ପାର୍କିଂ ଫି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଘଣ୍ଟା ହିସାବରେ ଦେବାକୁ ହେବ ପାର୍କିଂ ଫି । ଟେଣ୍ଡର ଦସ୍ତାବିଜ ଅନୁସାରେ ୨ ଘଣ୍ଟାରୁ କମ ସମୟ ପାଇଁ ବାଇକ ଓ ତିନିଚକିଆ ଯାନ ରଖିଲେ ୫ ଟଙ୍କା ଓ କାର ରଖିଲେ ୨୦ ଟଙ୍କା ଏବଂ ଚାରି ଚକିଆ ଭାରି ଯାନ ପାଇଁ ୨୫ ଟଙ୍କା ଦେବାକୁ ପଡିବ ।
୨ରୁ ୩ ଘଣ୍ଟା ପାର୍କିଂ କଲେ ବାଇକ ପାଇଁ ୧୫ ଟଙ୍କା , ୩ ଚକିଆ ଯାନ ପାଇଁ ୨୦ ଟଙ୍କା , ଚାରି ଚକିଆ ଯାନ ପାଇଁ ୪୦ ଟଙ୍କା ଓ ଅନ୍ୟ ଭାରି ଯାନ ପାଇଁ ୫୦ ଟଙ୍କା ପାର୍କିଂ ଫି ଦେବାକୁ ପଡିବ । ଏହିପରି ୩ ରୁ ୪ ଘଣ୍ଟା ପାର୍କିଂ ପାଇଁ ବାଇକ ଚାଳକଙ୍କୁ ୨୫ ଟଙ୍କା , ୩ ଚକିଆ ଯାନ ପାଇଁ ୩୫ ଟଙ୍କା ୪ ଚକିଆଙ୍କ ଠାରୁ ୬୦ ଟଙ୍କା ଓ ଭାରୀ ଯାନକୁ ୭୫ ଟଙ୍କା ଦେବାକୁ ପଡିବ । ୪ରୁ ୫ଘଣ୍ଟା ପାଇଁ ବାଇକ ରଖିଲେ ୩୫ଟଙ୍କା ,ତିନିଚକିଆ ଯାନ ପାଇଁ ୫୦ଟଙ୍କା, ଚାରି ଚକିଆ ଯାନ ପାଇଁ ୮୦ଟଙ୍କା ଓ ଅନ୍ୟ ଭାରୀ ଯାନ ରଖିଲେ ୧୦୦ ଟଙ୍କା ଦେବାକୁ ହେବ ।

ଏହାଛଡ଼ା ୫ ଘଣ୍ଟା ରୁ ଅଧିକ ରଖିଥିବା ଗାଡି ଗୁଡିକଘଣ୍ଟା ପ୍ରତି ଅତିରିକ୍ତ ୨୦ ଟଙ୍କା ଲେଖାଏଁ ଦେବାକୁ ପଡିବ । ଏହି ନିୟମ ଏପ୍ରିଲ ମାସରୁ ରାଜଧାନୀର ୩୨ ଟି ସ୍ଥାନରେ ଲାଗୁ ହୋଇପାରେ ବୋଲି ବିଏମସି ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ତେବେ ସାଇକେଲ ପାଇଁ କୌଣସି ପାର୍କିଂ ଫି ଦେବାକୁ ପଡିବ ନାହିଁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking