29.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗସିଡବ୍ଲୁସି ବୈଠକରେ ବଡ ନିଷ୍ପତ୍ତି, ମେ' ରେ କଂଗ୍ରେସ ସଭାପତି ପାଇଁ ନିର୍ବାଚନ

ସିଡବ୍ଲୁସି ବୈଠକରେ ବଡ ନିଷ୍ପତ୍ତି, ମେ’ ରେ କଂଗ୍ରେସ ସଭାପତି ପାଇଁ ନିର୍ବାଚନ

ନୂଆଦିଲ୍ଲୀ : କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାର ଆଲୋଚନା ହୋଇଛି । ମେ’ରେ ଦଳର ଆଭ୍ୟନ୍ତରୀଣ ନିର୍ବାଚନ ଅନୁଷ୍ଠିତ ହେବା ନେଇ  ବୈଠକ ରେ ନିଷ୍ପତ୍ତି ନିଆଯାଇଛି ବୋଲି ସୂତ୍ରରୁ ପ୍ରକାଶ ପାଇଛି । ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ହେବ । କଂଗ୍ରେସ କାର୍ଯ୍ୟସମିତି ବୈଠକରେ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନିଜ ସମ୍ବୋଧନରେ ମୋଦି ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ । ମୋଦି ସରକାର ସମ୍ବେଦନହୀନତା ଓ ଅହଂକାରର ସବୁ ସୀମା ଟପିଯାଇଛନ୍ତି ବୋଲି କହିଥିଲେ ସୋନିଆ । କୃଷକ ଆନ୍ଦୋଳନ ନେଇ ସୋନିଆ କହିଥିଲେ ଯେ, ଏହି ଆଇନକୁ ସରକାର ତରବରିଆ ଭାବରେ ପାସ୍ କରିଛନ୍ତି । ସଂସଦରେ କୃଷି କାନୁନକୁ ସଠିକ ଭାବରେ ବୁଝିବା ପାଇଁ ସୁଯୋଗ ଦିଆଗଲାନି । ଆଉ ଏବେ ଘନ ଘନ ବୈଠକ ହେଉଛି । କଂଗ୍ରେସ ପ୍ରଥମରୁ ହିଁ ଏହି ୩ ଆଇନକୁ ବରଖାସ୍ତ କରିଥିଲା । ଏହି କାନୁନ ଏମଏସପିଠାରୁ ଆରମ୍ଭ କରି ଖାଦ୍ୟ ସୁରକ୍ଷା ପର୍ଯ୍ୟନ୍ତ ପ୍ରଶ୍ନ ଛିଡା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking