37.1 C
Bhubaneswar
Sunday, May 5, 2024
Homeଓଡିଶାମିଳୁନି ଆବାସ ଘର ଓ ରେଶନ, ଝାଟିମାଟି ଓ ଜରି ଘର ତଳେ କଟୁଛି ଜୀବନ

ମିଳୁନି ଆବାସ ଘର ଓ ରେଶନ, ଝାଟିମାଟି ଓ ଜରି ଘର ତଳେ କଟୁଛି ଜୀବନ

ଜଗତସିଂହପୁର : ମୁ ଜଣେ ଗରିବ ଲୋକ୍‍ । ଟ୍ରଲି ଟାଣିଲେ ମୋର ଘରେ ଚୁଲି ଜଳେ। ମୋର ଘର ଅବସ୍ଥା କଣ ଅଛି ଓ ଆମେ ଚାରି ପ୍ରାଣୀ ଏହି ଘରେ କେମିତି ଚଳୁଛୁ ଆପଣ ଦେଖନ୍ତୁ । ମୋର୍‍ ଦୁଇ ଦୁଇଟା ପୁଅ । ସ୍ଥାନୀୟ ସରକାରୀ ସ୍କୁଲରେ ଯେନତେନ ପଢୁଛନ୍ତି । ସ୍ତ୍ରୀ ଓ ପିଲା ଦୁଇଜଣଙ୍କ ପେଟକୁ ଟ୍ରଲି ଟାଣି ଦୁଇବେଳା ଖାଇବାକୁ ଦେଇପାରୁ ନାହିଁ । ରେସନ କାର୍ଡ଼ ଖଣ୍ଡେ ପାଇବାକୁ ବାରମ୍ବାର ଅଫିସ ଦୌଡ଼ି ଦୌଡ଼ି ନ ହେବାରୁ ତାଉପରେ ଆଶା ଛାଡିଦେଲି । ଆବାସ ଘର ଖଣ୍ଡେ ପାଇବା ପାଇଁ ମଧ୍ୟ ଦୌଡ଼ି ଦୌଡ଼ି ହତାଶ ହେଲି ଏଣେ ସ୍ତ୍ରୀ ରକ୍ତହୀନତା ଓ ବିଭିନ୍ନ ରୋଗରେ ଆକ୍ରାନ୍ତ । ଏହିଭଳି କ୍ଷୋଭଭରା କଣ୍ଠରେ ଜଗତସିଂହପୁର ପୋୖରାଞ୍ଚଳ ସାତ ନମ୍ବର ୱାର୍ଡରେ ବାସ କରୁଥିବା ପାଣୁ ଭୋଇ ପ୍ରକାଶ କରିଛନ୍ତି । ପାଣୁର ନିଜ ଘର ଜଗତସିଂହପୁର ବ୍ଲକ ଅନ୍ତର୍ଗତ କଣ୍ଟିଲୋ ପଂଚାୟତ । ସେଠି ସେ ଟ୍ରଲି ଟାଣି ନିଜ ପରିବାର ଚଳାଉଥିଲା ମାତ୍ର ସେଠି ଦୁଇପଇସା ରୋଜଗାର ନ ହେବାରୁ ପ୍ରାୟ ୧୪ ବର୍ଷ ହେଲା ନିଜ ଶଶୁର ଘର ଜଗତସିଂହପୁର ପୋୖରାଞ୍ଚଳ ଜାଗାରେ ଶଶୁର ଘର ଲୋକ କେହି ନ ଥିବାରୁ ସେଠାରେ ଆସି ରହିଲା ଓ ସହର ଜାଗାରେ ଟ୍ରଲି ଟାଣି ପରିବାର ପୋଷିଲା । ଗରିବ ଓ ନିରାଶ୍ରୟ ଲୋକମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ଉପରେ ଯୋଜନା କରିଚାଲିଛନ୍ତି ମାତ୍ର ପାଣୁ ଭଳି ଲୋକ ଏହିସବୁ ଯୋଜନାରୁ ବଂଚିତ । ନିଜ ଗ୍ରାମ କଣ୍ଟିଲୋ ପଂଚାୟତରେ ସରକାରୀ ଆବାସ ଘର ଓ ରେସନ କାର୍ଡ଼ ଖଣ୍ଡେ ପାଇବା ପାଇଁ ସ୍ଥାନୀୟ ସରପଞ୍ଚ ଓ ପଂଚାୟତ ଅଧିକାରୀଙ୍କୁ ବାରମ୍ବାର ଦେଖା କରି ଓ ଆବେଦନ କରି ମଧ୍ୟ କୌଣସି ସୁଫଳ ପାଇଲା ନାହିଁ । ବର୍ତମାନ ଜଗତସିଂହପୁର ପୋୖରାଞ୍ଚଳ କତ୍ତୃପକ୍ଷଙ୍କୁ ମଧ୍ୟ ବାରମ୍ବାର ଆବେଦନ କରି ମଧ୍ୟ କୌଣସି ସୁଫଳ ପାଇଲା ନାହିଁ । ଶେଷରେ ଭାଗ୍ୟକୁ ଆଦରି ଏହି ଜରିପାଲ ଘେରା ଘରେ ଦୟନୀୟ ଅବସ୍ଥାରେ ତାହାର ପରିବାର ପଡିରହିଛନ୍ତି । ଏଥିରୁ ଅନୁମେୟ ଯେ ତାହେଲେ ଗରିବଙ୍କର ଉନ୍ନତି ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା କାହା ପାଇଁ ? ଇଏ କେବଳ ମାତ୍ର ଗୋଟିଏ ଉଦାହରଣ କିନ୍ତୁ ଏହିଭଳି ଆମ ସମାଜରେ ବହୁତ ଉଦାହରଣ ଅଛି । ସେଥିପାଇଁ ସରକାରୀ କଳ କେତେ ଯତ୍ନମାନ ? ଯେଉଁଠି କିଛି ମୃଷ୍ଟିମେୟ ଲୋକ ଏହିସବୁ ଯୋଜନାକୁ କଳେବଳେ କୌଶଳେ ହାସଲ କରି ଉପଭୋଗ କରିପାରୁଛନ୍ତି କିନ୍ତୁ ପାଣୁ ଭଳି ଲୋକ ଯିଏ ଏହିସବୁ ସରକାରୀ ସୁବିଧାସୁଯୋଗ ପାଇବା ପାଇଁ ହକଦାର ସେ କିନ୍ତୁ ପାଇପାରୁ ନାହିଁ । ଏଥିରୁ ଅନୁମେୟ ଆମ ସରକାରୀ ବ୍ୟବସ୍ଥା କିଭଳି ଚାଲିଛି ଏବଂ ଏଭଳି ବ୍ୟବସ୍ଥାରେ ଜଣେ ନିରାଶ୍ରୟ ଗରିବ ଲୋକ କିଭଳି ଏ ସୁବିଧାସୁଯୋଗ ପାଇ ପାରିବ ତାହା ଚିନ୍ତାର ବିଷୟ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking