30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଦୁଇ ଦିନିଆ ରିମାଣ୍ଡରେ ପ୍ରଦୀପ ପାଣିଗ୍ରାହୀ

ଦୁଇ ଦିନିଆ ରିମାଣ୍ଡରେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ମିଳିଥିବା ସୂଚନା ଅନୁଯାୟୀ, ଝାରପଡା ଜେଲରୁ ତାଙ୍କୁ କ୍ରାଇମବ୍ରାଂଚ ମୁଖ୍ୟାଳୟକୁ ନିଆଯାଇଛି । ପୂର୍ବରୁ କ୍ରାଇମବ୍ରାଂଚ ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଜେରା କରିଥିବା ବେଳେ ଆଜି ପ୍ରଦୀପ ପାଣିଗ୍ରାହୀ ରିମାଣ୍ଡରେ ଯାଇଛନ୍ତି । ତେବେ ଆଜି ଆକାଶଙ୍କର ରିମାଣ୍ଡ ସରୁଛି । ସୂଚନାଯୋଗ୍ୟ ଯେ, ଗତକାଲି କ୍ରାଇମବ୍ରାଂଚ ୨ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଏବଂ ଭୁବନେଶ୍ୱର ଏସଡିଜେମ କୋର୍ଟ ଅନୁମତି ମଧ୍ୟ ପ୍ରଦାନ କରିଥିଲେ । ଗତ ୧୧ ତାରିଖରେ ଲୋକାୟୁକ୍ତ ପ୍ରଦୀପଙ୍କ ଦୁର୍ନୀତି ମାମଲାର ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଂଚ ଉଭୟ ଆକାଶ ପାଠକ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କୁ ବସାଇ ଜେରା କରିବ ବୋଲି ସୂଚନା ମିଳିଛି । ଗତ ୪ ତାରିଖରେ କ୍ରାଇମବ୍ରାଂଚ ପ୍ରଦୀପଙ୍କୁ ଗିରଫ କରିଥିଲା । ଟାଟା କମ୍ପାନୀରେ ଚାକିରୀ କରାଇଦେବାକୁ କହି ଭାବି ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆସିଥିଲା । ଠକେଇ, ଜାଲିଆତି, ଅପରାଧିକ ଷଡଯନ୍ତ୍ର, ସାଇବର ଅପରାଧ ଭଳି ଅଭିଯୋଗରେ କ୍ରାଇମବ୍ରାଂଚ ପ୍ରଦୀପଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking