30.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶପାଣ୍ଡ୍ୟା ଭ୍ରାତା ୪.୩ କୋଟି ଠକେଇର ଶିକାର

ପାଣ୍ଡ୍ୟା ଭ୍ରାତା ୪.୩ କୋଟି ଠକେଇର ଶିକାର

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍‌ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସର ଅଲ୍‌ରାଉଣ୍ଡର କୃଣାଳ ପାଣ୍ଡ୍ୟା ପ୍ରାୟ ୪.୩ କୋଟି ଟଙ୍କାର ଶିକାର ହୋଇଛନ୍ତି । ପାଣ୍ଡ୍ରା ଭ୍ରାତାଙ୍କ ସାବତ ଭାଇ ବୈଭବ ପାଣ୍ଡ୍ୟଏଠି ଠକେଇ କରିଛନ୍ତି । ଏହି ଠକେଇ ଅଭିଯୋଗ ବୈଭବଙ୍କୁ ମୁମ୍ବାଇ ପୁଲିସର ଇକୋନମିକ ଅଫେନ୍ସ ୱିଙ୍ଗ୍ (ଇଓଡବ୍‌ଲ୍ୟୁ) ଗିରଫ କରିଛି । ଦୁଇ ଭାଇ ବର୍ତ୍ତମାନ ନିଜ ନିଜ ଟିମ୍ ପକ୍ଷରୁ ଆଇପିଏଲ୍ ଖେଳୁଛନ୍ତି । ୨୦୨୧ରେ ପାଣ୍ଡ୍ୟା ଭ୍ରାତା (ହାର୍ଦ୍ଦିକ-କୃଣାଳ) ଅଭିଯୁକ୍ତ ବୈଭବଙ୍କ ସହ ମିଶି ଏକ ପଲିମର୍ ବିଜିନେସ୍ କମ୍ପାୀ ଆରମ୍ଭ କରିଥିଲେ । ଏହି କମ୍ପାନୀରେ ହାର୍ଦ୍ଦିକ ଓ ପାଣ୍ଡ୍ୟାଙ୍କ ୪୦% ଲେଖାଏଁ ଅଂଶଧନ ଥିବା ବେଳେ ବୈଭବ ୨୦ ପ୍ରତିଶତ ପାର୍ଟନର୍ ଥିଲେ । ପାର୍ଟନର୍‌ଶିପ୍ ସର୍ତ୍ତ ଅନୁସାରେ କମ୍ପାନୀର ଲାଭାଂଶ ହାର୍ଦ୍ଦିକ, କୃଣାଳ ଓ ବୈଭବଙ୍କ ଅଂଶଧନ ହିସାବରେ ବଣ୍ଟାଯିବାର ଥିଲା । ମାତ୍ର ଅଭିଯୁକ୍ତ ବୈଭବ ପାଣ୍ଡ୍ୟା କମ୍ପାନୀର ଲାଭାଂଶ ଅର୍ଥ ହାର୍ଦ୍ଦିକ ଓ କୃଣାଳଙ୍କୁ ଦେବା ପରିବର୍ତ୍ତେ ଏକ ଅଲଗା କମ୍ପାନୀ କରି ଏହି ଅର୍ଥ ସେହି କମ୍ପାନୀକୁ ଟ୍ରାନ୍ସଫର କରିଥିଲେ । ଏହି କାରଣରୁ ପାଣ୍ଡ୍ରା ଭ୍ରାତାଙ୍କୁ ୪.୫ କୋଟି ଟଙ୍କାର କ୍ଷତି ହୋଇଛି । ଇଓଡବ୍ଲ୍ୟୁ ଦ୍ୱାରା ଗିରଫ ବୈଭବଙ୍କୁ ୫ ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦିଆଯାଇଛି । ଅଭିଯୋଗ ଅନୁସାରେ ନିଜ ଭାଇମାନଙ୍କୁ ନଜଣାଇ ବୈଭବ ଚୁପ୍‌ଚାପ୍ ଅନ୍ୟ ଏକ ପଲିମର୍ କମ୍ପାନୀ କରିବା ଦ୍ୱାରା ପାର୍ଟନର୍‌ଶିପ୍‌ର ଉଲ୍ଲଂଘନ କରିଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ଏପରି କରିବା ଦ୍ୱାରା ମୂଳ କମ୍ପାନୀର ଲାଭ ହ୍ରାସ ପାଇଥିଲା । ସେହିପରି ବୈଭବ ପାଣ୍ଡ୍ୟା ଚୁପ୍‌ଚାପ୍ ନିଜ ଅଂଶଧନ ୨୦ ପ୍ରତିଶରୁ ବୃଦ୍ଧିକରି ୩୩.୩ ପ୍ରତିଶତ ମଧ୍ୟ କରିନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking