25.8 C
Bhubaneswar
Saturday, July 27, 2024
Homeଖେଳବ୍ୟାଡ୍‌ମିଣ୍ଟନ୍ ଏସିଆ ଚାମ୍ପିଅନ୍‌ଶିପ୍‌; ପ୍ରି-କ୍ୱାର୍ଟର୍‌ରେ ହାରିଲେ ସିଦ୍ଧୁ

ବ୍ୟାଡ୍‌ମିଣ୍ଟନ୍ ଏସିଆ ଚାମ୍ପିଅନ୍‌ଶିପ୍‌; ପ୍ରି-କ୍ୱାର୍ଟର୍‌ରେ ହାରିଲେ ସିଦ୍ଧୁ

ନୂଆଦିଲ୍ଲୀ: ଡବଲ୍ ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ଚୀନ୍‌ର ନିଞ୍ଜବୋରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ୍ ଏସିଆ ଚାମ୍ପିଅନ୍‌ଶିପ୍‌ର ମହିଳା ସିଙ୍ଗଲ୍ସ ପ୍ରି-କ୍ୱାର୍ଟରେ ଚୀନ୍‌ର ହାନ୍ ୟୁଏଙ୍କ ଠାରୁ ହାରିଯାଇଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ଫର୍ମ ଫେରିପାଇବା ଲକ୍ଷ୍ୟରେ ଥିବା ସିଦ୍ଧୁ ଗୁରୁବାରର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ପ୍ରଥମ ଗେମ୍ ହାରିବା ପରେ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ଗେମ୍ ୨୧-୧୩ରେ ଜିତିଥିଲେ । ତେବେ ନିର୍ଣ୍ଣାୟକ ଗେମ୍ ଜିତି ୟୁଏ ମ୍ୟାଚ୍ ହାତେଇଥିଲେ । ଏକ ଘଣ୍ଟା ନଅ ମିନିଟ୍‌ର ମ୍ୟାଚ୍‌ରେ ହୁଏ ୧୮-୨୧, ୨୧-୧୩, ୧୭-୨୧ରେ ବିଜୟୀ ହୋଇଛନ୍ତି । ଏହି ମ୍ୟାଚ୍ ପୂର୍ବରୁ ୟୁଏଙ୍କ ବିପକ୍ଷରେ ସିନ୍ଧୁଙ୍କ ବିଜୟ ରେକର୍ଡ ୫-୦ ଥିଲା । ସେହିପରି ମହିଳା ଡବଲ୍ସରେ ତନୀଷା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନପ୍ପାଙ୍କୁ ଭାରତୀୟ ଯୋଡ଼ି ପ୍ରି-କ୍ୱାର୍ଟର୍ ଫାଇନାଲ୍‌ରେ ତୃତୀୟ ସିଡ୍ ଜାପାନୀ ଯୋଡ଼ି ନାମି ମାତ୍ସୁୟାମା ଓ ଚିହାରୁ ଶିଦାଙ୍କଠାରୁ ୧୭-୨୧, ୧୨-୨୧ରେ ପରାଜିତ ହୋଇଛନ୍ତି ।
ବୁଧବାର ଆକର୍ଷୀ କଶ୍ୟପ ଓ ମାଳବିକା ବନ୍‌ସୋଡ୍ ମଧ୍ୟ ନିଜ ନିଜର ମ୍ୟାଚ୍ ହାରିଯାଇଥିଲେ । ସେହିପରି ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ, କିଦାମ୍ବି ଶ୍ରୀକାନ୍ତ ଓ ପ୍ରିୟାଂଶୁ ରଜାୱତ୍ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking