38.1 C
Bhubaneswar
Wednesday, May 1, 2024
Homeଖେଳମଣ୍ଟେକାର୍ଲୋ ମାଷ୍ଟର୍ସ: ନାଗଲ୍ ପରାଜିତ

ମଣ୍ଟେକାର୍ଲୋ ମାଷ୍ଟର୍ସ: ନାଗଲ୍ ପରାଜିତ

ନୂଆଦିଲ୍ଲୀ: ଭାରତର ଶୀର୍ଷ ଟେନିସ୍ ଖେଳାଳି ସୁମିତ୍ ନାଗଲ୍ ବର୍ଷା ବାଧାପ୍ରାପ୍ତ ମଣ୍ଟେ କାର୍ଲୋ ମାଷ୍ଟର୍ସର ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ବିଶ୍ୱର ନଂ.୭ ଖେଳାଳି ଡେନ୍‌ମାର୍କର ହୋଲ୍‌ଗର୍ ରୁନେଙ୍କଠାରୁ ପରାଜିତ ହୋଇଛନ୍ତି । ପ୍ରଥମ ରାଉଣ୍ଡ୍‌ରେ ପଛୁଆ ରହିବା ପରେ ଲଢ଼େଇ କରି ଗାଲ୍ ଦ୍ୱିତୀୟ ରାଉଣ୍ଡ୍‌ରେ ବିଜୟୀ ହୋଇଥିଲେ । ମାତ୍ର ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌ରେ ଦୁଇଥର ସର୍ଭିସ୍ ହାରିବା ଫଳରେ ମ୍ୟାଚ୍ ହାତଛଡ଼ା ହୋଇଥିଲା । ବୁଧବାର ଖେଳାଯାଇଥିବା ଏହି ମ୍ୟାଚ୍ ବର୍ଷା ଯୋଗୁଁ ଦ୍ୱିତୀୟ ସେଟ୍ ଆରମ୍ଭରୁ ବନ୍ଦରହି ଗୁରୁବାର ପୁଣିଥରେ ଆରମ୍ଭ ହୋଇଥିଲା । ସେତେବେଳକୁ ନାଗଲ୍ ୧-୨ରେ ପଛୁଆ ଥିଲେ । ତେବେ ଦୁଇ ଘଣ୍ଟା ୧୧ ମିନିଟ୍ ସଂଘର୍ଷ ପରେ ୩-୬, ୬-୩, ୨-୬ରେ ପରାଜିତ ହୋଇଥିଲେ । ପରାଜୟ ସତ୍ତ୍ୱେ ଏହି ପ୍ରସିଦ୍ଧ କ୍ଲେ କୋର୍ଟ ଟୁର୍ଣ୍ଣାମେଣ୍ଟ୍ ନାଗଲ୍ ପାଇଁ ସ୍ମରଣୀୟ ଟୁର୍ଣ୍ଣାମେଣ୍ଟ୍ ହୋଇଛି । ଏହାର ସିଙ୍ଗଲ୍ସ ମୁଖ୍ୟ ଡ୍ର’ରେ ସ୍ଥାନ ପକ୍କା କରିବାରେ ସେ ପ୍ରଥମ ଭାରତୀୟ ।
ପୂର୍ବରୁ ନାଗଲ୍ ଟୁର୍ଣ୍ଣାମେଣ୍ଟ୍‌ର କ୍ୱାଲିଫାୟର୍‌ରେ ନାଗଲ୍ ଅଷ୍ଟମ୍ ସିଡ୍ ଫ୍ଲାଭିଓ କୋବୋଲି ଏବଂ ତୃତୀୟ ସିଡ୍ ଫାକୁଣ୍ଡୋ ଡିଆଜ୍ ଆକୋଷ୍ଟୋଙ୍କୁ ହରାଇ ମୁଖ୍ୟ ଡ୍ର’ରେ ପ୍ରବେଶ କରିଥିଲେ । ଏହାପରେ ସେ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଇଟାଲୀର ମାଟ୍ଟେଓ ଅର୍ନାଲ୍ଡିଙ୍କୁ ୫-୭, ୬-୨, ୬-୪ରେ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking