38.1 C
Bhubaneswar
Wednesday, May 1, 2024
Homeଖେଳମେ ୪ରେ ଆଇଏସ୍‌ଏଲ୍ ଫାଇନାଲ୍‌; ଏପ୍ରିଲ୍ ୧୯ରୁ ପ୍ଲେଅଫ୍‌

ମେ ୪ରେ ଆଇଏସ୍‌ଏଲ୍ ଫାଇନାଲ୍‌; ଏପ୍ରିଲ୍ ୧୯ରୁ ପ୍ଲେଅଫ୍‌

ନୂଆଦିଲ୍ଲୀ : ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସ୍‌ଏଲ୍‌) ଆୟୋଜିତ ଗୁରୁବାର ୨୦୨୩-୩୪ ସିଜନ୍‌ର ଫାଇନାଲ୍ ଓ ପ୍ଲୋଅଫ୍ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଏହି କାର୍ଯ୍ୟସୂଚୀ ଅନୁସାରେ ପ୍ଲେଅଫ୍ ଏପ୍ରିଲ୍ ୧୯ରୁ ଆରମ୍ଭ ହେବ ଏବଂ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଲିଗ୍‌ର ଗଭର୍ଣ୍ଣିଂ ବଡି ଫୁଟ୍‌ବଲ୍ ସ୍ପୋର୍ଟ୍ସ ଡେଭେଲପ୍‌ମେଣ୍ଟ୍ ଲିମିଟେଡ୍ (ଏଫ୍‌ଏସ୍‌ଡିଏଲ୍‌) ଖୁବ୍‌ଶୀଘ୍ର ତେବେ ଫାଇନାଲ୍‌ର ମ୍ୟାଚ୍‌ର ଭେନ୍ୟୁ ଘୋଷଣା କରିବ ।
ବୟାନ ଅନୁସାରେ ନକ୍‌ଆଉଟ୍ ମ୍ୟାଚ୍ ଏପ୍ରିଲ୍ ୧୯ ଓ ୨୦ ତାରିଖରେ ଖେଳାଯିବ । ଏହାପରେ ହୋମ୍ ଆଣ୍ଡ୍ ଆୱେ ଫର୍ମାଟ୍‌ରେ ସେମିଫାଇନାଲ୍ ଦୁଇଟି ଚରଣରେ ଆୟୋଜିତ ହେବ । ପ୍ରଥମ ଚରଣ ଏପ୍ରିଲ୍ ୨୩ ଓ ୨୪ ତାରିଖରେ ଏବଂ ଦ୍ୱିତୀୟ ଚରଣ ଏପ୍ରିଲ୍ ୨୮ ଓ ୨୯ ତାରିଖରେ ଖେଳାଯିବ । ଚଳିତ ସିଜନ୍‌ର ଲିଗ୍ ପର୍ଯ୍ୟାୟର ଶୀର୍ଷ ଦୁଇ ଟିମ୍ ସିଧା ସେମିଫାଇନାଲ୍ ଖେଳିବେ । ସେହିପରି ତୃତୀୟରୁ ଅଷ୍ଟମ ସ୍ଥାନରେ ଥିବା ଟିମ୍ ଗୋଟିଏ ଚରଣର ପ୍ଲେଅଫ୍ ଖେଳିବେ । ନକ୍‌ଆଉଟ୍ ଫର୍ମାଟ୍‌ରେ ବାକି ଦୁଇ ସେମିଫାଇନାଲିଷ୍ଟ ବଛାଯିବ । ଇତିମଧ୍ୟରେ ବୁଧବାର ପଞ୍ଜାବ ଏଫ୍‌ସିଠାରୁ ଇଷ୍ଟ୍ ବେଙ୍ଗଲ୍ ଏଫ୍‌ସି ପରାଜିତ ହେବା ପରେ ଚଳିତ ସିଜନ୍‌ର ୬ଟି ପ୍ଲେଅଫ୍ ସ୍ଥାନ ସ୍ଥିର ହୋଇଛି । ମୁମ୍ବାଇ ସିଟି ଏଫ୍‌ସି ଏବଂ ମୋହନ ବାଗାନ୍ ଏସ୍‌ଜି ସହିତ ଓଡ଼ିଶା ଏଫ୍‌ସି, ଏଫ୍‌ସି ଗୋଆ, କେରଳ ବ୍ଲାଷ୍ଟର୍ସ ଏଫ୍‌ସି ଏବଂ ଚେନ୍ନାଇନ୍ ଏଫ୍‌ସି ଏଥିରେ ସ୍ଥାନ ପକ୍କା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking