33.1 C
Bhubaneswar
Tuesday, April 30, 2024
Homeଖେଳବିଲି ଜିନ୍ କିଙ୍ଗ୍ କପ୍‌; ତାଇପେଇକୁ ୨-୧ରେ ହରାଇଲା ଭାରତ

ବିଲି ଜିନ୍ କିଙ୍ଗ୍ କପ୍‌; ତାଇପେଇକୁ ୨-୧ରେ ହରାଇଲା ଭାରତ

ନୂଆଦିଲ୍ଲୀ: ଚୀନ୍‌ର ଚାଙ୍ଗ୍‌ଶାରେ ଚାଲିଥିବା ବିଲି ଜିନ୍ କିଙ୍ଗ୍ କପ୍ ଏସିଆ-ଓସୋନିଆ ଗ୍ରୁପ୍‌-୧ ଟାଇରେ ଭାରତୀୟ ମହିଳା ଟିମ୍ ଚୀନା ତାଇପେଇକୁ ୨-୧ରେ ପରାଜିତ କରିଛି । ଗୁରୁବାର ଅନୁଷ୍ଠିତ ସିଙ୍ଗଲ୍ସ ମ୍ୟାଚ୍‌ରେ ରୁତୁଜା ଭୋସ୍‌ଲେ ଏବଂ ଡବଲ୍ସରେ ପ୍ରାର୍ଥନା ଥୋମ୍ବାରେ ଓ ଅଙ୍କିତା ରାଇନାଙ୍କ ଯୋଡ଼ି ବିଜୟୀ ହୋଇଛନ୍ତି । ଦୁଇଟି ବିଜୟ ଏବଂ ଗୋଟିଏ ପରାଜିତ ସହ ଭାରତ ପୁଲ୍‌-ଏ”ର ତୃତୀୟ ସ୍ଥାନରେ ରହିଛି । ଚୀନ୍ ଓ ଦକ୍ଷିଣ କୋରିଆ ତିନିଟି ଲେଖାଏଁ ମ୍ୟାଚ୍ ଜିଣି ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଗୁରୁବାର ଅନୁଷ୍ଠିତ ପ୍ରଥମ ସିଙ୍ଗଲ୍ସରେ ଭୋସ୍‌ଲେ ୬-୩, ୬-୨ ସିଧା ସେଟ୍‌ରେ ହାଓ-ଚିଙ୍ଗ୍ ଚାନ୍‌ଙ୍କୁ ହରାଇଥିବା ବେଳେ ଅଙ୍କିତା ରାଇନା ଦ୍ୱିତୀୟ ସିଙ୍ଗଲ୍ସରେ ଏନ୍ ଶୁଓ ଲିଆଙ୍କଠାରୁ ୬-୨, ୪-୬, ୪-୬ରେ ହାରି ଯାଇଛନ୍ତି । ନିର୍ଣ୍ଣାୟକ ଡବଲ୍ସ ପ୍ରତିଯୋଗିତାରେ ରାଇନାଙ୍କ ସହ ଥୋମ୍ବାରେ ୪-୬, ୬-୧ (୧୫-୧୩)ରେ ବିଜୟୀ ହୋଇଥିଲେ । ବୁଧବାର ଭାରତ ୩-୦ରେ ଚୀନ୍‌ଠାରୁ ପରାଜିତ ହୋଇଥିଲା । ଭାରତ ଶନିବାର ଦକ୍ଷିଣ କୋରିଆକୁ ଭେଟିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking