32.1 C
Bhubaneswar
Thursday, May 2, 2024
Homeଓଡିଶାଆଜିଠୁ ପାରଦ ହେବ ଉପରମୁହାଁ; ୬ରୁ ୮ ଡିଗ୍ରୀ ଦିନ ତାପମାତ୍ରା ବଢ଼ିବାର ସମ୍ଭାବନା

ଆଜିଠୁ ପାରଦ ହେବ ଉପରମୁହାଁ; ୬ରୁ ୮ ଡିଗ୍ରୀ ଦିନ ତାପମାତ୍ରା ବଢ଼ିବାର ସମ୍ଭାବନା

ଭୁବନେଶ୍ୱର: ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି । ବର୍ଷା ନହେଲେ ବି ଅନେକ ସ୍ଥାନରେ ପାଗ କୋହଲା ରହିଛି । ଫଳରେ ତାପମାତ୍ରା କମିଛି । ଲୋକେ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଛନ୍ତି । ଆଜି ପୂରା ରାଜ୍ୟରେ ମେଘୁଆ ପାଗ ରହିଛି ତଥା ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ତେବେ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଆସନ୍ତାକାଲିଠାରୁ ୪ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୬ରୁ ୮ ଡିଗ୍ରୀ ଯାଏ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ୧୪ ତାରିଖ ବେଳକୁ ପାଖାପାଖି ୧୧ ଜିଲ୍ଲାରେ ଉଷ୍ମଆଦ୍ର ପାଣିପାଗ ସ୍ଥିତି ରହିବ । ସେହିପରି ୧୫ ତାରିଖରେ ୭ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୭ ଓ ୧୮ ତାରିଖ ବେଳକୁ ତାପମାତ୍ରା ପିକ୍‌ରେ ପହଞ୍ଚିବାର ସମ୍ଭାବନା ରହୁଛି । ଅପରପେକ୍ଷ ବର୍ଷା ଏବଂ ମେଘୁଆ ଆକାଶ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରାରେ ଦୃଷ୍ଟାନ୍ତ ମୂଳକ ହ୍ରାସ ଭାଙ୍ଗିଲା ସର୍ବକାଳୀନ ରେକର୍ଡ । ଆଜି ଦିନରେ ଏପ୍ରିଲ ମାସର ସବୁଠାରୁ ଥଣ୍ଡା ଦିନ ରହିଥିଲା । ବିଶେଷକରି ଅନୁଗୁଳ, ଟିଟିଲାଗଡ, ସମ୍ବଲପୁର, ହୀରାକୁଦ ସହରରେ ଅପ୍ରେଲ ମାସର ରେକର୍ଡ ହେଲା ସବୁଠାରୁ ଥଣ୍ଡା ଦିନ ।
ଆଜି ବାଲେଶ୍ୱରରେ ଦିନର ତାପମାତ୍ରା ୩୦.୨ଂ ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲିରେ ୩୧.୨ଂ, କଟକ ୨୮ଂ, ଭୁବନେଶ୍ୱର ୩୦.୨ଂ, ଅନୁଗୁଳ ୨୬.୭ଂ, ଝାରସୁଗୁଡା ୨୯ଂ, କେନ୍ଦୁଝର ୨୫.୬ଂ, ଭବାନୀପାଟଣା ୨୬ଂ, ଟିଟିଲାଗଡ ୨୪ଂ, ସମ୍ବଲପୁର ୨୫.୭ଂ, ହୀରାକୁଦ ୨୬.୧ଂ, ସୋନପୁର ୨୪ଂ, ବୌଦ୍ଧ ୩୦.୫ଂ, ଢ଼େଙ୍କାନାଳ ୨୪.୧ଂ, ରାଉରକେଲା ୨୯.୫ଂ ରେକର୍ଡ କରାଯାଇଛି । ସେହିପରି ଗତ ୨୪ଘଣ୍ଟାରେ କଟକରେ ୪.୪ମିମି ବର୍ଷା ହୋଇଥିବାବେଳେ ଅନୁଗୁଳରେ ୫ମିମି, ଝାରସୁଗୁଡାରେ ୨.୨ମିମି, ସମ୍ବଲପୁରରେ ୫.୩ମିମି, ତାଳଚେରରେ ୨ମିମି, ବଲାଙ୍ଗୀରରେ ୨୧.୪ମିମି, ଫୁଲବାଣୀରେ ୭.୮ମିମି, ସୋନପୁରରେ ୧୪.୪ମିମି, ବରଗଡରେ ୬.୩ମିମି, ନୂଆପଡାରେ ୧୨.୪ମିମି ବର୍ଷା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking