33.1 C
Bhubaneswar
Tuesday, April 30, 2024
Homeଓଡିଶା+୨ ଦ୍ୱିତୀୟ ବର୍ଷରୁ ଉଠିବ ଫର୍ମପୂରଣ ବ୍ୟବସ୍ଥା; ରିଆଡମିସନ ସମୟରେ ଆଦାୟ ହେବ ପରୀକ୍ଷା ଫି’

+୨ ଦ୍ୱିତୀୟ ବର୍ଷରୁ ଉଠିବ ଫର୍ମପୂରଣ ବ୍ୟବସ୍ଥା; ରିଆଡମିସନ ସମୟରେ ଆଦାୟ ହେବ ପରୀକ୍ଷା ଫି’

ଭୁବନେଶ୍ୱର: +୨ ଦ୍ୱିତୀୟ ବର୍ଷ ତଥା ଦ୍ୱାଦଶ ଶ୍ରେଣୀରୁ ଫର୍ମ ପୂରଣ ପ୍ରକ୍ରିୟାକୁ ବାଦ୍ ଦିଆଯିବ । ଏନେଇ +୨ ପରିଷଦ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ରଣକୌଶଳ ପ୍ରସ୍ତୁତ କରାଯାଉଥିବା ବେଳେ ଖୁଶୀଘ୍ର ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ସାଧାରଣତଃ +୨ ଦ୍ୱିତୀୟ ବର୍ଷ ପାଠପଢ଼ା ରଜ ପରେ ଅର୍ଥାତ ଜୁନ ୧୭ରୁ ଆରମ୍ଭ ହୋଇଥାଏ । ମାର୍ଚ୍ଚରେ +୨ ପରୀକ୍ଷା କରାଯାଉଥିବା ବେଳେ ପରୀକ୍ଷା ଲାଗି ଫର୍ମ ପୂରଣ ପ୍ରକ୍ରିୟା ନଭେମ୍ବର କିମ୍ବା ଡିସେମ୍ବରରୁ ଆରମ୍ଭ ହୋଇଥାଏ । ମାତ୍ର ପିଲାଙ୍କ ମାନସିକତା ଅନୁସାରେ ଫର୍ମ ପୂରଣ ପ୍ରକ୍ରିୟା ଶେଷ ହେବା ପରେ କୌଣସି ପିଲା କଲେଜ ଯାଇନଥାନ୍ତି । ଘରେ ପରୀକ୍ଷା ଲାଗି ପ୍ରସ୍ତୁତ ହୋଇଥାନ୍ତି । ଫଳରେ ୨ୟ ବର୍ଷରେ ପିଲାମାନେ ୫ମାସ କଲେଜ ଯାଇଥାନ୍ତି । ଏହା ମଧ୍ୟରେ ବିଭିନ୍ନ ପର୍ବପର୍ବାଣୀ ପଡୁଥିବାରୁ ୪ମାସ ପାଠପଢ଼ା ହୋଇଥାଏ । ଅପରପକ୍ଷେ ଫର୍ମପୂରଣ ପ୍ର୍ରକ୍ରିୟା ଶେଷ ହେବା ପରେ ପରୀକ୍ଷାରୁ ସପ୍ତାହ ପୂର୍ବରୁ ପିଲାଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରାଯାଇଥାଏ । କିଛି ପିଲା ଫର୍ମ ପୂରଣ କରିଥିଲେ ହେଁ ବିଭିନ୍ନ ତ୍ରୁଟି ଯୋଗୁଁ ସେମାନଙ୍କୁ ଆଡମିଟ୍ କାର୍ଡ ମିଳିନଥାଏ । ଅନେକ ପିଲାଙ୍କ ଆଡମିଟ କାର୍ଡରେ ମଧ୍ୟ ତ୍ରୁଟି ରହିଥାଏ । ପରୀକ୍ଷା ପାଖରେ ଥିବାରୁ ଏ ସମ୍ପର୍କରେ ସମାଧାନ କରିବା ଲାଗି କୌଣସି ଉପାୟ କଲେଜ କର୍ତ୍ତୃପକ୍ଷ କିମ୍ବା +୨ ପରିଷଦ କର୍ତ୍ତୃପକ୍ଷଙ୍କ ପାଖରେ ବି ନଥାଏ । ତେଣୁ ଏପରି ସମସ୍ୟାର ସମାଧାନ ଲାଗି ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ପ୍ରୟାସ କରାଯାଇଛି । ବିଶେଷକରି ଫର୍ମ ପୂରଣ ଶେଷ ହେବା ପରେ ପିଲାମାନେ ଆଉ ଶ୍ରେଣୀ ପାଠପଢ଼ାକୁ ନଯାଇଘରେ ରହିବା ମାନସିକତାକୁ ବନ୍ଦ କରିବାକୁ ଗୁରୁତ୍ୱ ଦିଆଯାଇଛି । ଏଣିକି +୨ ୨ୟବର୍ଷ ରିଆଡମିସନ ସମୟରେ ଫର୍ମପୂରଣ ପ୍ରକ୍ରିୟା ଶେଷ ହେବ । ଅର୍ଥାତ ଜୁନ ଶେଷ ସୁଦ୍ଧା ଫର୍ମପୂରଣ କରାଯିବ । ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ପାଠପଢ଼ା । ଫର୍ମପୂରଣ ପ୍ରକ୍ରିୟା ଶେଷ ହେବା ପରେ ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ପିଲାଙ୍କ ଫର୍ମପୂରଣର ନକଲ କପି ପିଲାଙ୍କୁ ଦିଆଯିବ । ଫଳରେ ଯଦି କୌଣସି ପରୀକ୍ଷାର୍ଥୀ ଫର୍ମପୂରଣରେ ଭୁଲ କରିଥାନ୍ତି ତେବେ ସେମାନେ ଏହାର ସଂଶୋଧନ କରିପରିବେ । ଫର୍ମପୂରଣ ପାଠପଢ଼ା ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଯାଇଥିବାରୁ କଲେଜରେ ଅଧ୍ୟାପକ, ଅଧ୍ୟାପିକାଙ୍କ ଉପରେ କୌଣସି ଚାପ ରହିବ ନାହିଁ । ଏହାବ୍ୟତୀତ ଜାନୁଆରୀ ଶେଷ ସୁଦ୍ଧା କୋର୍ସ ଶେଷ କରିବା ପରେ ଫେବୃଆରୀରେ ରିଭିଜନ ମଧ୍ୟ କଲେଜରେ କରାଯାଇ ପାରିବ । ଫଳରେ ଦୁର୍ବଳ ଛାତ୍ରଛାତ୍ରୀମାନେ ବେଶ ଉପକୃତ ହୋଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking