33.1 C
Bhubaneswar
Tuesday, April 30, 2024
Homeଓଡିଶାଚିକିତ୍ସାଧୀନ ଅବସ୍ଥାରେ କଣ୍ଟାବାଞ୍ଜି ତହସିଲଦାରଙ୍କ ମୃତ୍ୟୁ

ଚିକିତ୍ସାଧୀନ ଅବସ୍ଥାରେ କଣ୍ଟାବାଞ୍ଜି ତହସିଲଦାରଙ୍କ ମୃତ୍ୟୁ

କଣ୍ଟାବାଞ୍ଜି : ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ କଣ୍ଟାବାଞ୍ଜି ତହସିଲଦାର ରତନ ମୁଣ୍ଡାଙ୍କ ମୃତ୍ୟୁ ଘଟିଛି । ମୃତ ରତନ ମୁଣ୍ଡା କେନ୍ଦୁଝର ଜିଲ୍ଲା ସଦର ଜଗନ୍ନାଥପୁର ଗାଁରେ ଜନ୍ମଗ୍ରହଣ କରିଥିଲେ । ସେ ତୁରେକେଲା ବ୍ଲକ୍‌ର ବିଡିଓ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ କଣ୍ଟାବାଞ୍ଜି ତହସିଲଦାର ହୋଇଥିଲେ । ସେ ଦୀର୍ଘଦିନ ଧରି କିଡ୍‌ନୀଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତରଙ୍କ ଉଦ୍ୟମ ସତ୍ତ୍ୱେ ସ୍ୱାସ୍ଥ୍ୟରେ ବିଶେଷ କିଛି ଉନ୍ନତି ଘଟିନଥିଲା । ପରେ ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଯାଉଥିଲା । ସେ ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟରତ ଥିଲେ ମଧ୍ୟ ଲୋକଙ୍କ ସହିତ ଭଲ ସମ୍ପର୍କ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking