ପୁରୀ: ପୁରୀ ମାର୍କଣ୍ଡେଶ୍ୱର ସାହିରେ ଭଡା ଘରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଟାଉନ ଥାନା ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଛି । ମୃତା ଛାତ୍ରୀ ଜଣଙ୍କ ହେଉଛନ୍ତି ମାର୍କଣ୍ଡେଶ୍ୱର ସାହିରେ ରହୁଥିବା ଚନ୍ଦନପୁର ଥାନା ଅନ୍ତର୍ଗତ ବୀର ନରସିଂହପୁର ଦଶମାଣ ସାହିର ଗୋବିନ୍ଦ ଚରଣ ଦାସଙ୍କ ସାନ ଝିଅ ବିଷ୍ଣୁ ପ୍ରିୟା ଦାସ । ତେବେ ଆତ୍ମହତ୍ୟାର କାରଣ ଏବେପର୍ଯ୍ୟନ୍ତ ଜଣାପଡ଼ିନାହିଁ । ବିଷ୍ଣୁପ୍ରିୟା ଏସସିଏସ କଲେଜରେ ଯୁକ୍ତ ୨ର ଛାତ୍ରୀ । ଘରେ କେହି ନଥିବା ବେଳେ ଆଜି ସକାଳେ ବିଷ୍ଣୁପ୍ରିୟା ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।