27.1 C
Bhubaneswar
Saturday, July 27, 2024
Homeଅପରାଧଲୋନ କରେଇ ଦେବା ନାଁରେ ୨୫ ହଜାର ଠକେଇ ଅଭିଯୋଗରେ ମହିଳା ଗିରଫ

ଲୋନ କରେଇ ଦେବା ନାଁରେ ୨୫ ହଜାର ଠକେଇ ଅଭିଯୋଗରେ ମହିଳା ଗିରଫ

ଭୁବନେଶ୍ୱର: ଲୋନ୍ କରେଦେବା ନାମରେ ୨୫ ହଜାର ଟଙ୍କା ଠକେଇ ଅଭିଯୋଗରେ ମହିଳାଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ । ଗିରଫ ମହିଳା ଜଣଙ୍କ ହେଲେ ନନ୍ଦନକାନାନ ଥାନା ଅଞ୍ଚଳର ନିର୍ଲିପ୍ତା ଜଗଦେବ ମହାପାତ୍ର(୪୭) । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଭବାନୀ ଶଙ୍କର ଦାସଙ୍କର ବୁଦ୍ଧନଗର ଏକାମ୍ର ପ୍ଲାଜାରେ “ଅଟୋ ହେଭେନ” ନାମରେ ଏକ କାର୍ ସ୍ପେୟାର୍ପାର୍ଟସ୍ ଦୋକାନ ରହିଛି । ଅଭିଯୋଗକାରୀଙ୍କ କିଛି ଆର୍ôଥକ ଆବଶ୍ୟକତା ହେତୁ ସେ ଉକ୍ତ ମହିଳାଙ୍କ ସହିତ ଏକ ଚୁକ୍ତି କରିଥିଲେ । ଏବଂ ଚୁକ୍ତି ମୁତବକ ୭ ଦିନ ମଧ୍ୟରେ ୧୦ ଲକ୍ଷ ଟଙ୍କା ଲୋନ କରାଇଦେବା ପାଇଁ ଅଭିଯୋଗକାରୀ ତାଙ୍କର ଜଣେ ବନ୍ଧୁ ସମୀର ରଞ୍ଜନ ଦାସଙ୍କ ଆକାଉଣ୍ଟରୁ ଅଭିଯୁକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟ୨୫ ହଜାର ଟଙ୍କା ପଠେଇଥିଲେ । ଅଭିଯୁକ୍ତା ଜଣକ ଟଙ୍କା ନେବାର ୭ ଦିନ ପରେ ମଧ୍ୟ ଅଭିଯୋଗକାରୀଙ୍କ ସପକ୍ଷରେ କୌଣସି ଲୋନ କରେଇବାର ସୁବିଧା କରିନଥିଲେ । ଏହା ପରେ ଅଭିଯୋଗକାରୀ ବାରମ୍ବାର ଅଭିଯୁକ୍ତାଙ୍କୁ ଯୋଗଯୋଗ କରିଥିଲେ ମଧ୍ୟ ସେ କିଛି ଶୁଣିନଥିଲେ କି କରିଥିଲେ । ପରବର୍ତ୍ତୀ ସମୟରେ ଅଭିଯୋଗକାରୀ ସିକ୍‌ôୁ୍ୟରିଟି ବାବଦକୁ ଅଭିଯୁକ୍ତାଙ୍କୁ ଦେଇଥିବା ଏକ ଦସ୍ତଖତ ବିହିନ ଖାଲି ଚେକକୁ ସେ ଅପବ୍ୟବହାର କରିଥିବାର ଜାଣିବାକୁ ପାଇଥିଲେ । ଏହା ପରେ ଅଭିଯୋଗକାରୀ ଠକାମିର ଶିକାର ହୋଇଥିବା ଜାଣିବା ପରେ ସେ ଏନେଇ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏହି ମାମଲାର ତଦନ୍ତ କରିବା ସହ ବିଶେଷ ସୂତ୍ରରୁ ଖବର ପାଇ କଳ୍ପନା ଛକ ନିକଟରୁ ଉକ୍ତ ମହିଳାଙ୍କୁ କାବୁ କରି ଥାନାକୁ ଆଣିଥିଲେ । ପଚାର ଉଚରା ବେଳେ ଅଭିଯୁକ୍ତା ନିଜର ଅପରାଧ ସ୍ୱୀକାର କରିଥିଲେ । ତେଣୁ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking