30.1 C
Bhubaneswar
Wednesday, May 1, 2024
Homeଓଡିଶାନାବାଳିକାଙ୍କୁ ନେଇ ଫେରାର ହେବା ଅଭିଯୋଗରେ ପୁରୁଷ ବନ୍ଧୁ ଗିରଫ

ନାବାଳିକାଙ୍କୁ ନେଇ ଫେରାର ହେବା ଅଭିଯୋଗରେ ପୁରୁଷ ବନ୍ଧୁ ଗିରଫ

ଭୁବନେଶ୍ୱର: ନାବାଳିକାଙ୍କୁ ପ୍ରେମ କରି ତାଙ୍କୁ ସାଥିରେ ନେଇ ଫେରାର ହୋଇଯାଇଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରୀ ଥାନା ପୁଲିସ । ଗିରଫ ଜଣଙ୍କ ହେଲେ କଟକର ଗୋବିନ୍ଦ ବେହେରା ଓରଫ ଲିପୁନା(୨୩) । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କର ଝିଅ ଜଣେ ନାବାଳିକା ଓ ସେ ଯୁକ୍ତ ୨ରେ ପାଠ ପଢନ୍ତି । ଏହି ପଢିବା ସମୟରେ ସେ ଲିପୁନାଙ୍କ ସମ୍ପର୍କରେ ଆସିଥିଲେ ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା । ଏନେଇ ପୀଡ଼ିତାଙ୍କ ପରିବାର ଜାଣିବା ପରେ ଝିଅକୁ ଏସବୁ କରିବାକୁ ବାରଣ କରିଥିଲେ । ଏହି ଘଟଣା ପରେ ଆଜକୁ ୨ ମାସ ତଳେ ଲିପୁନା ନାବାଳିକା ପୀଡ଼ିତାଙ୍କୁ ନୟାପଲ୍ଲୀକୁ ଡ଼ାକିଥିଲେ ଓ ସେ ସେଠାରେ ପହଞ୍ଚିବା ପରେ ତାଙ୍କୁ ବିବାହ କରିବା କଥା କହି ସେଠାରୁ ନେଇଯାଇଥିଲା । ସେଠାରୁ ପ୍ରଥମେ ପୁରୀ ପରେ ଅନ୍ୟାନ୍ୟ ଅଞ୍ଚଳରେ ନେଇ ଏକତ୍ର ରଖିଥିଲେ । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ପରେ ଆଜି ନାବାଳିକା ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ଲିପୁନାଙ୍କୁ କାବୁ କରି ଥାନାକୁ ଆଣିଥିଲେ । ଉଭୟ ଅଭିଯୁକ୍ତ ଓ ନାବାଳିକା ପୀଡ଼ିତାଙ୍କର ଡାକ୍ତରୀ ମାଇନା କରାଇବା ପରେ ପିଡ଼ିତାଙ୍କୁ ତାଙ୍କ ପରିବାର ବର୍ଗଙ୍କୁ ତାଙ୍କର ଯତ୍ନ ନେବା ପାଇଁ ଲିଖିତ ଆକାରରେ ଜିମ୍ମା ଦିଆଯାଇଥିଲା । ଅନ୍ୟପଟେ ଲିପୁନାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking